Pratidin TV

Odisha's Digital News Platform

ବାବାଙ୍କୁ ବାହା ହୋଇଗଲେ ଏହି ସୁନ୍ଦରୀ ଅଭିନେତ୍ରୀ , ଫଟୋ ହେଲା ଭାଇରଲ…

1 min read

ଭାଇରାଲ ହେବାରେ ଲାଗିଛି ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀଙ୍କ ବିବାହ ଫଟୋ ଏବଂ ଭିଡିଓ । ଯାହା ସାମ୍ନା କୁ ଆସିବା ପରେ ଅଭିନେତ୍ରୀଙ୍କୁ ନେଇ ହେଉଛି ସବୁଠି ଚର୍ଚ୍ଚା ।ଚର୍ଚ୍ଚାର କାରଣ ହେଉଛନ୍ତି ତାଙ୍କ ବିବାହିତ ସ୍ୱାମୀ । ମାନେ ଜଣେ ବାବାଙ୍କୁ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ବାହା ହୋଇଛନ୍ତି । ଅକ୍ଟୋବର ୩୦ ତାରିଖରେ ସେମାନେ ଏକ ମନ୍ଦିରରେ ବିବାହ କରିଥଛନ୍ତି । ବିବାହ ପରେ ଉଭୟେ ମନ୍ଦିର ବାହାର ଉଭୟଙ୍କ ହାତ ଧରି ଯାଉଥିବାର ମଧ୍ଯ ଦେଖିବାକୁ ମିଳିଛି । ଏହି ବିବାହ ବେଶ୍ ଶାନ୍ତ ଓ ଇଣ୍ଟିମେଟ ମଧ୍ଯ ଥିଲା । ଅଭିନେତ୍ରୀଙ୍କ ଏହି ଦ୍ୱିତୀୟ ବିବାହରେ ନିଜ ସନ୍ତାନମାନେ ମଧ୍ଯ ଉପସ୍ଥିତ ଥିଲେ ।ଏହି କପଲଙ୍କୁ ଢେର ସାରା ଶୁଭେଚ୍ଛା ଜଣାଉଛନ୍ତି । ତାହାସହ ଅନେକ ଅଭିନେତ୍ରୀ ଜଣଙ୍କୁ ଟ୍ରୋଲ ମଧ୍ଯ କରିବାରେ ଲାଗିଛନ୍ତି । ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିବ୍ଯା ଶ୍ରୀଧର । ଦିବ୍ଯା ମାଲାୟଲମ ଟିଭି ଜଗତର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ । କହିରଖୁ, ଦିବ୍ଯା ଯାହାଙ୍କୁ ବିବାହ କରିଛନ୍ତି ସେ ହେଉଛନ୍ତି ଟିଭି ଜଗତର ସବୁଠୁ ପ୍ରତିଭାଶାଳୀ ଅଭିନେତା । ଯାହାଙ୍କ ନାମ କ୍ରିସ ବେଣୁଗୋପାଳ । ଅଭିନେତା ତଥା ବାବାଙ୍କ ବୟସ ହେଉଛି ୪୯ ବର୍ଷ ।ବିବାହରେ ମଧ୍ୟ ଅଭିନେତାଙ୍କୁ ଲମ୍ବା ଧଳା ଦାଢ଼ି ଏବଂ ଲମ୍ବା କେଶ ଥିବା ଦେଖିବାକୁ ମିଳିଥିଲା । ସେ ବାବାଙ୍କ ପରି ଦେଖାଯାଉଛନ୍ତି ।

୪୯ ବର୍ଷୀୟ ଅଭିନେତା ଜଣେ ମୋଟିଭେସନାଲ୍ ସ୍ପିକର ଏବଂ ଜଣେ ଓକିଲ ମଧ୍ୟ । ଦ୍ୱିତୀୟ ଥର ପାଇଁ ତାଙ୍କଠାରୁ ୧୧ ବର୍ଷ ବଡ ଅଭିନେତାଙ୍କୁ ବିବାହ କରିଥିବାରୁ ଅଭିନେତ୍ରୀଙ୍କୁ ଖୁବ ଟ୍ରୋଲ କରାଯାଉଛି ।କ୍ରିସ୍ ଭେନୁଗୋପାଲ ଏବଂ ଦିବ୍ୟା ଶ୍ରୀଧର ପ୍ରଥମେ ଟିଭି ଶୋ ‘ପତ୍ରାମତ୍ତୁ’ର ସେଟରେ ଭେଟିଥିଲେ । ଦିବ୍ୟା ଏବଂ କ୍ରିସ୍ ସେମାନଙ୍କର ପ୍ରଥମ ସାକ୍ଷାତ ପରେ ବନ୍ଧୁ ହେଲେ । କିଛି ଦିନ ମଧ୍ୟରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା । ପରେ କ୍ରିସ୍ ଦିବ୍ୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଦିବ୍ୟା ଏହାକୁ ତୁରନ୍ତ ଗ୍ରହଣ କରିଥିଲେ । ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Advertisement

ସେମାନେ ସେମାନଙ୍କର ନିକଟତମଙ୍କ ଉପସ୍ଥିତିରେ ଗୁରୁଭାୟୁର ମନ୍ଦିରରେ ବିବାହ କରିଛନ୍ତି । ଦିବ୍ୟା ମାଲାୟାଲମ୍ ଏବଂ ତାମିଲ ଟିଭି ସିରିଏଲରେ ନେଗେଟିଭ୍ ରୋଲ୍ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯେତେବେଳେ କ୍ରିସ୍ ପ୍ରସ୍ତାବ ଦେଇଥିଲେ, ସେ ପ୍ରଥମେ ଟିକେ ଦ୍ୱିଧାରେ ଥିଲେ । ଦିବ୍ୟା କହିଛନ୍ତି, “ପ୍ରଥମେ ମୁଁ ଭାବିଲି କ୍ରିସ୍ ମୋ ସହ ଫ୍ଲର୍ଟ କରୁଛନ୍ତି । କିନ୍ତୁ ପରେ ସେ ଜାଣିଲେ ଯେ ସେ ସତରେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।” ଏହା ହେଉଛି ଦିବ୍ୟା ଶ୍ରୀଧରଙ୍କ ଦ୍ୱିତୀୟ ବିବାହ । ତାଙ୍କର ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇଟି ସନ୍ତାନ ଅଛି ।

କ୍ରିସଙ୍କୁ ବିବାହ କରିବା ପୂର୍ବରୁ ଦିବ୍ୟା ତାଙ୍କ ପିଲାମାନଙ୍କ ମତାମତ ମଧ୍ୟ ଲୋଡିଥିଲେ । ଦିବ୍ୟା ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ କହିଛନ୍ତି, ମା … ଯଦି ତୁମେ ମୋ ସାଥିରେ ଥାଅ ତେବେ ତୁମର ଦ୍ୱିତୀୟ ବିବାହରେ ମୋର କୌଣସି ଆପତ୍ତି ନାହିଁ । ସେମାନେ ବର୍ତ୍ତମାନ ନୂଆ ବାପାଙ୍କୁ ପାଇ ବହୁତ ଖୁସି ଅଛନ୍ତି । ଦିବ୍ୟା କହିଛନ୍ତି ଯେ ସେ ସମୟ ସମୟରେ କ୍ରିସଙ୍କ ମୋଟିଭେସନାଲ କ୍ଲାସ ଆଟେଣ୍ଡ କରୁଥିଲେ, କିନ୍ତୁ ସେ କେବେ ଭାବି ନଥିଲେ ଯେ ସେ ତାଙ୍କୁ ବିବାହ କରିବେ ।

Leave a Reply

Your email address will not be published. Required fields are marked *