Pratidin TV

Odisha's Digital News Platform

ହୃଦଘାତରେ ଶିକାର ହେଲେ ଦୀନେଶ ଫଡନିସ, ପାଖରେ ପହଞ୍ଚିଲେ CID ଟିମ୍‌…

1 min read

ଲୋକପ୍ରିୟ କ୍ରାଇମ ସୋ ଡ୍ରାମା ସିଆଇଡିରେ ଫ୍ରେଡେରିକ୍ସଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦୀନେଶ ଫଡନିସ ହୃଦଘାତରେ ପୀଡିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି । ଦୀନେଶ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପୂର୍ବଅପେକ୍ଷା ସ୍ଥିତି ଭଲ ରହିଛି । ଦୀନେଶଙ୍କ ଅସୁସ୍ଥତାର ଖବର ପାଇବା ପରେ ସିଆଇଡିର କାଷ୍ଟ ଏନଂ ସବୁ କ୍ରୁମେମ୍ବର ମାନେ ହସ୍ପିଟାଲରେ ପହଁଞ୍ଚି ଦୀନେଶଙ୍କ ଦେଖା କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୀନେଶ ଫଡନିସ ବର୍ତ୍ତମାନ ବର୍ତ୍ତମାନ ମୁମ୍ବାଇର ଟୁଙ୍ଗା ହସ୍ପିଟାଲରେ ଭେଣ୍ଟିଲେଟରେ ଅଛନ୍ତି । ତେବେ ୧୯୯୮ ମସିହାରୁ ୨୦୨୮ ପର୍ଯ୍ୟନ୍ତ ସିଆଇଡି କ୍ରାଇମ ସୋରେ ଦିନେସ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ସେ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ମଧ୍ୟ ଏକ ଛୋଟ ଭୂମିକା ନଜର ଆସିଥିଲେ । ଏବଂ ଫିଲ୍ମ ‘ସରଫରୋସ’ରେ ଅମୀର ଖାନ ଓ ସୁପର ୩୦ ‘ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ସହ ମଧ୍ୟ କାମ କରିଥିଲେ । କିନ୍ତୁ ଉଓଊ ଶୋରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *