Pratidin TV

Odisha's Digital News Platform

ହମାସ ଆତଙ୍କୀଙ୍କ ଗୁଳିର ଶିକାର ହେଲେ ନାଗିନ ଅଭିନେତ୍ରୀଙ୍କ ଭଉଣୀ ଭିଣୋଇ; ଛୁଆଙ୍କ ଆଖି ଆଗରେ କରାଗଲା ଗୁଳି..

ମୁମ୍ବାଇ : ଛୋଟ ପରଦାର ପପୁଲାର ଅଭିନେତ୍ରୀ ମଧୁରା ନାଇକ । ତେବେ ସେ ଅନେକ ସିରିୟଲରେ କାମ କରିଥିବା ବେଳେ ତାଙ୍କୁ କଲରର୍ସ ଚ୍ୟାନେଲ ପ୍ରସାରିତ ହୋଇଥିବା ସିରିୟଲ ନାଗିନ ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ କିନ୍ତୁ ତାଙ୍କ ପରିବାର ଉପରେ ଲଦି ହୋଇ ପଡ଼ିଛି ଦୁଃଖଦ ପାହାଡ଼ । ଆଜ୍ଞା ହଁ ଇସ୍ରାଏଲ ଓ ହମାସ ଯୁଦ୍ଧ ଯୋଗୁଁ ତାଙ୍କ ଘରେ ଖେଳି ଯାଇଛି ଦୁଃଖର ସାୟା । କାରଣ ଏହି ଯୁଦ୍ଧରେ ହମାସ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ମଧୁରାଙ୍କ ଭଉଣୀ ଓ ଭିଣୋଇ । ଏହି ହୃଦୟ ବିଦାରକ ଖବର ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରି ମଧୁରା ଏ ସମ୍ପର୍କରେ ନିଜ ଯନ୍ତ୍ରଣା ବଖାଣିଛନ୍ତି । ଏପରିକି ଆତଙ୍କବାଦୀମାନେ କିପରି ଦୁଇ ଛୋଟ ଛୁଆଙ୍କ ସାମନାରେ ତାଙ୍କ ବାପାମାଆଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଭଉଣୀଙ୍କ ସମେତ ପୁରା ପରିବାର ଫୋଟ ବି ପୋଷ୍ଟ କରିଛନ୍ତି ଦୁଃଖ ପ୍ରକାଶ କରିଛନ୍ତିି ଅଭିନେତ୍ରୀ ।

ଭିଡିଓରେ କହିଛନ୍ତି, ମୁଁ ମଧୁରା ନାଇକ, ଭାରତରେ ଜନ୍ମିତ । ଭାରତରେ ଆମ ସଂଖ୍ୟା ମାତ୍ର ୩ହଜାର । ଗତ ୭ ତାରିଖ ପୂର୍ବରୁ ଆମେ ଆମ ପରିବାରର ଦୁଇ ସଦସ୍ୟଙ୍କୁ ହରାଇ ବସିଛୁ । ସେମାନେ ହେଲେ ମୋ’ ଭଉଣୀ ଔଡାୟା ଓ ତାଙ୍କ ସ୍ୱାମୀ । ତାଙ୍କ ଦୁଇ ଛୁଆଙ୍କ ସାମ୍ନାରେ ହିଁ ଆତଙ୍କବାଦୀମାନେ ନିର୍ମମ ହତ୍ୟା କରିଥିଲେ । ରବିବାର ଦିନ ସେମାନଙ୍କ ମୃତଦେହ ମିଳିଥିଲା । ମୋର ପ୍ରିୟ ଭଉଣୀର ହତ୍ୟ ପାଇଁ ଗଭୀର ଦୁଃଖିତ । ଏବେ ମୋ ପରିବାର ଯେଉଁ କଠିନ ସମୟ ଦେଇ ଗତି କରୁଛୁ, ତାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ ।

ନିଜ ଭିଡିଓରେ ମଧୁରା ଇସ୍ରାଏଲକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ,ହି କଷ୍ଟ ସମୟରେ ଆମ ପାଇଁ ଏବଂ ଇସ୍ରାଏଲର ଲୋକମାନଙ୍କ ସହିତ ଛିଡା ହୁଅ । ଅଭିନେତ୍ରୀଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟିମାନଙ୍କୁ ଚକିତ କରିଛି ।

Leave a Reply

Your email address will not be published. Required fields are marked *