Pratidin TV

Odisha's Digital News Platform

ଖରା ପାଇଁ ଟ୍ୱିନ୍ ସିଟିକୁ ହାଇ ଆଲର୍ଟ , ଛୁଇଁପାରେ ୪୪ ଡିଗ୍ରୀ …

1 min read

ପ୍ରଚଣ୍ଡ ଖରାରେ ଛଟପଟ ହେଉଛନ୍ତି ଓଡିଶାବାସୀ । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ସହରର ତାପମାତ୍ରା ୩୩ଡିଗ୍ରୀ ଅତିକ୍ରମ କରିସାରିଥିବା ବେଳେ ସାଢେ ୧୧ଟାରେ ୪୧ ଡିଗ୍ରୀ ଛୁଇଁଛି ରାଜଧାନୀ ତାପମାତ୍ରା। ତତଲା କଡ଼େଇରେ ସିଝି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ।

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୪୦.୭, ଚାନ୍ଦବାଲି ୪୦.୨, କେନ୍ଦୁଝର ୪୦ ଡିଗ୍ରୀ, ଝାରସୁଗୁଡ଼ା ୩୯.୫, ସମ୍ବଲପୁର ଓ ରାଉରକେଲା ୩୯.୪, ହୀରାକୁଦ ୩୭.୮ପ୍ସ, ପୁରୀ୩୪.୨, ଗୋପାଳପୁର ୩୩.୫ପ୍ସ ଓ ପାରାଦୀପରେ ୩୩.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଆଜି କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ଛୁଇଁବାର ଆଶଙ୍କା ରହିଛି । ହିଟୱେଭ ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମେ ୧ ତାରିଖ ଯାଏ ସମାନ ସ୍ଥିତି ଲାଗି ରହିବ ବୋଲି ଆକଳନ କରାଯାଇଛି । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ଏସଆରସି । ଏହା ସହ ଟ୍ୱିନ୍ ସିଟି କଟକ ଭୁବନେଶ୍ୱରରକୁ ଜାରି କରିଛି ହାଇଆଲର୍ଟ । କଟକ-ଭୁବନେଶ୍ୱର ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗବଭାଗ ।

Leave a Reply

Your email address will not be published. Required fields are marked *