ଦୀପାବଳୀର ବାଣରେ ଧୂଆଁମୟ ଟ୍ୱିନ୍ ସିଟିର ଆକାଶ, ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଜନସାଧାରଣ
1 min readଧୂଆଁମୟ ହୋଇଯାଇଛି ଟ୍ୱିନ ସିଟି | ଦୀପାବଳୀ ପରେ ଟ୍ୱିନ ସିଟିରେ ପରିସ୍ଥିତି ସଙ୍ଗୀନ | ଲାଗୁଚି ଯେମିତି କୁହୁଡି ଚାଦରରେ ଘୋଡେଇ ହୋଇଛି ସାରା ଓଡିଶା | ସ୍ଥିତି ଏପରି ଯେ ୫0 ମିଟର ଦୂରରୁ ଦେଖାଯାଉନି ରାଷ୍ଟ୍ର | ଦୀପାବଳୀ ପରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି | ତେବେ ଏହା ଯୋଗୁଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି | ଲାଗାଁ ୨ ଦିନ ଦିପାବଳୀ ରେ ଭୁବନେଶ୍ୱର ଧୁଆଁମୟ ହୋଇଯାଇଛି | ତେବେ ଦୀପାବଳୀରେ ପ୍ରବଳ ବାଁ ଫୁଟା ଯୋଗୁଁ ବଢିଯାଇଛି ପ୍ରଦୂଷଣ | ଶନିବାର ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସହରରେ ଘନ କୁହୁଡିର ଆସ୍ଥାରଣ ଦେଖିବାକୁ ମିଳିଛି | ୫0 ରୁ ୧00 ମିଟର ଭିତରେ ଅଧିକ ଦୂର ରାସ୍ତା ଦୃଶ୍ୟମାନ ହେଉନାହିଁ | ସେହିପରି ପୁରୀରେ ମଧ୍ୟ ଘନ କୁହୁଡି ପଡିଛି | କୁହୁଡି ଚାଦର ତଳେ ପୁରୀ ଶ୍ରୀମନ୍ଦୀରରେ ମଧ୍ୟ ଆଚ୍ଛାଦିତ ହୋଇଛି |
ତେବେ ଏଥର ୨ ଦିନ ଦୀପାବଳୀ ପାଳନ କରାଯାଇଛି ଅକ୍ଟୋବର ୩୧ ତାରିଖ ଓ ନଭେମ୍ବର ୧ ତାରିଖରେ ପ୍ରାୟ ସମସ୍ତେ ଦୀପାବଳୀ ପାଳିଥିଲେ | ପ୍ରାୟ ୨ ଦିନ ଯାକ ଲୋକେ ମନ ଇଚ୍ଛା ବାଣ ଫୁଟ୍ରଇଥିଲେ | କିନ୍ତୁ ଏହାର ପରିଣାମ ଏଭଳି ହେବ ବୋଲି କେହି ଅନୁମାନ କରିନଥିଲେ |