Pratidin TV

Odisha's Digital News Platform

ଏ କେମିତି ସମ୍ଭବ , ଦୁଇ ଯାଆଁଳା ଭଉଣୀ ପରୀକ୍ଷାରେ ରଖିଲେ ସମାନ ମାର୍କ..

1 min read

ଦୁଇ ଜାଅଁଳା ଭଉଣୀ ପରୀକ୍ଷାରେ ରଖିଅଲେ ସମାନ ମାର୍କ। ସାଧାରଣତଃ ଏକା ସାଙ୍ଗରେ ଜନ୍ମ ହୋଇଥିବା ଯମଜ ସନ୍ତାନ ଦେଖିବାକୁ ସମାନ ହୋଇଥାନ୍ତି । ଏବଂ ସେମାନଙ୍କ ଆଚରଣ ମଧ୍ୟ ସମାନ ହୋଇଥାଏ । ହେଲେ ଏ କେମିତିକା ସଂଯୋଗ ଦୁଇ ଯାଆଁଳା ଭଉଣୀ ପରକ୍ଷାରେ ସମାନ ନମ୍ବର ରଖିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହେଉଛନ୍ତି  ଚିଲିକା ବ୍ଲକ ଅନ୍ତର୍ଗତ ସୀଙ୍ଗେଶ୍ୱର୍ ଗ୍ରାମପଞ୍ଚାୟତର ଲମ୍ବୋଦର ପୁର ଗ୍ରାମର କାର୍ତ୍ତିକ ସାହୁଙ୍କ ଦୁଇ ଯାଆଁଳା ଝିଅ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଭୟ ଦୁଇ ଭଉଣୀ ୫୫୨ ନମ୍ବର ରଖି  ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ଦୁଇ ଭଉଣୀ କରିସ୍ମା ବିଶ୍ଵାଳ ଓ କରିନା ବିଶ୍ଵାଳ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅଟନ୍ତି। 

ଦୁଇ ଭଉଣୀଙ୍କ ମଧ୍ୟରେ ଅନେକ ସମୟରେ ପ୍ରତିଦ୍ୱନ୍ଦୀତା  ହେଉଥିଲେ ମଧ୍ୟ ଉଭୟ ଭଉଣୀ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଭୟ ୫୫୨ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ ଖୁସି ର କଥା ବୋଲି କରୀନା ଓ କରିଶ୍ମା ମତବ୍ୟକ୍ତ କରିଛନ୍ତି। ଏହି ସଫଳତାର ଶ୍ରେୟ ଉଭୟ ଭଉଣୀ ନିଜର ପିତମାତା , ଗୁରୁଜୀ ଗୁରୁମା ଓ ପ୍ରଧାନ ଆଚାର୍ଯ୍ୟଙ୍କୁ ଦେଇଛନ୍ତି। ତାଙ୍କ ମାଆ ଙ୍କ କହିବା ଅନୁଯାୟୀ କାରିନା ଓ କରିଷ୍ମା ଉଭୟ ଏକାଠି ଖାଆନ୍ତି, ଏକାଠି ପଢନ୍ତି, ଏବଂ ଜଣଙ୍କୁ ଜର ହେଲେ ଆଉ ଜଣ ଙ୍କୁ ବି ଜର ହୁଏ। ପରିବାରର ବାପା ମାଆ, ମଉସା ମାଉସୀ, ଭାଇ ଓ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୂମା, ପ୍ରଧାନ ଆଚାର୍ଯ୍ୟ ସମସ୍ତେ ଖୁସି ହେବା ସହ କରିଶ୍ମା ଓ କରୀନା ଙ୍କୁ ଆଶୀର୍ବାଦ ଦେଇଛନ୍ତି। ଭାଗ୍ୟର କଥା କହିବା ବା ବିରଳ ସଂଯୋଗ, ଉଭୟ ପରୀକ୍ଷା ଫଳାଫଳରେ ମଧ୍ୟ ସମାନ ନମ୍ବର ରଖି ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *