Pratidin TV

Odisha's Digital News Platform

ସିନେମା ର କାହାଣୀ ପରି ୧୯ ବର୍ଷ ପରେ ପୁଣି ଥରେ ଏକାଠି ହେଲେ ଦୁଇ ଭଉଣୀ …

1 min read

ପୁଣି ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ପିଲ୍ମ କାହାଣୀ । ୯୦ ଦଶକର ବ୍ଲକବଷ୍ଟର ଫିଲ୍ମ ‘ସୀତା ଔର ଗୀତା’ ପରି ଏକ ସମାନ କାହାଣୀ ଦେଖିବାକୁ ମିଲିଛି । ଜନ୍ମ ରୁ ଅଲଗା ହୋଇଯାଇଥିବା ଦୁଇ ଭଉଣୀ ପୁଣି ଥରେ ଏକାଠି ହୋଇଛନ୍ତି । ପୂର୍ବ ୟୁରୋପୀୟ ଦେଶ ଜର୍ଜିଆରୁ ବିଚ୍ଛେଦ ଏବଂ ମିଳନର ଏପରି ଏକ ରୋଚକ କାହାଣୀ ଦେଖିବାକୁ ମିଳିଛି । ଜନ୍ମ ସମୟରେ ଅଲଗା ହୋଇଯାଇଥିଲେ ଦୁଇ ଭଉଣୀ , ନିଜର ଅଜାଣତରେ ଜର୍ଜିଆରେ କିଛି ମାଇଲ ଦୂରରେ ରହୁଥିଲେ ଏହି ଦୁଇ ଭଉଣୀ । ହେଲେ ଦୀର୍ଘଦିନ ପରେ ଟିକଟକ ଭିଡିଓ ଏବଂ ଟାଲେଣ୍ଟ ସୋ ମାଧ୍ୟମରେ ପରସ୍ପରକୁ ଫେରି ପାଇଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜର୍ଜିଆରେ ଲୁଚି ଯାଉଥିବା ଏକ ବଡ଼ ପ୍ରସଙ୍ଗ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଡାକ୍ତରଖାନାରୁ ଚୋରି ହୋଇଥିବା ତଥା ଦଶନ୍ଧି ଧରି ବିକ୍ରି ହୋଇଥିବା ଶିଶୁ , ଯାହା ଆଜିବି ସମାଧାନ ହୋଇପାରି ନାହିଁ । ତେବେ ଏହି ଦୁଇ ଭଉଣୀଙ୍କ ନାମ ହେଉଛି ଆମି ଖଭିଟିଆ ଏବଂ ଅନୋ ସର୍ଟାନିଆ । ଉଭୟ ହେଉଛନ୍ତି ଜାଆଁଳା ଭଉଣୀ । ଏକ ଟିଭି ଶୋ’ ଜର୍ଜିଆଜ ଗଟ୍ ଟ୍ୟାଲେଣ୍ଟରେ ଆମି ନୃତ୍ୟ କରୁଥିବା ବେଳେ ଅନ୍ୟ ଜଣେ ଝିଅ ଉପରେ ପଡିଯାଇଥିଲେ । ଯିଏକି ଅବିକଳ ତାଙ୍କ ପରି ଦେଖାଯାଉଥିଲେ । ସେ ସେତେବେଳ ଯାଏ ଜାଣି ନ ଥିଲେ ଯେ ସେ ହେଉଛନ୍ତି ତାଙ୍କର ସେହି ହଜି ଯାଇଥିବା ଭଉଣୀ । ସେହିପରି ଆନୋ ଏକ ଟିକ୍ ଟକ୍ ଭିଡିଓରେ ଠିକ ତାଙ୍କ ପରି ଦେଖାଯାଉଥିବା ଜଣେ ଝିଅକୁ ଦେଖିଲେ । ଯିଏକି ତାଙ୍କ ଯାଆଁଳା ଭଉଣୀ ଥିଲେ ।

This image has an empty alt attribute; its file name is 73039112-1024x682.webp

ଉଭୟ ୨୦୦୨ମସିହାରେ ଜନ୍ମ ହୋଇଥିଲେ । ଜନ୍ମ ଦେବା ପରେ ତାଙ୍କ ମାଆ କୋମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କ ବାପା ଦୁଇ ଶିଶୁଙ୍କୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଲେ । ଅନୋ ଟିବିଲିସିରେ ରହୁଥିବା ବେଳେ ଆମି ଜୁଗଡିଡିରେ ବଡ ହୋଇଥିଲେ । ଦୁହେଁ ଏ ବିଷୟରେ କିଛିବି ଜାଣି ନଥିଲେ । ପ୍ରଥମେ ନୃତ୍ୟ ଓ ପରେ ଟିକ୍ ଟକ୍ ଭିଡିଓ ନେଇ ସେମାନେ ଖୋଳତାଡ ଆରମ୍ଭ କରିଥିଲେ । ପରେ ସବୁ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ । ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନ ଥିଲେ । ଦୁଇ ବର୍ଷ ପୂର୍ବେ ଜର୍ଜିଆର ରାଜଧାନୀ ଟିବିଲିସର ରୁସ୍ତାଭେଲି ବ୍ରିଜରେ ଆମି ଏବଂ ଅନୋ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ । ତେବେ ଏହି କଥା ସାମ୍ନାକୁ ଆସିବା ପରେ ଦୁଇ ଭଉଣୀ ପରସ୍ପରକୁ ପାଇ ବହୁତ ଖୁସି ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *