Pratidin TV

Odisha's Digital News Platform

ୟୁଜର୍ସଙ୍କୁ ମହଙ୍ଗା ମାଡ : ଏଣିକି ବ୍ଲୁ-ଟିକ୍ ଥିବା ଆକାଉଣ୍ଟ ମାସକୁ ଦେବେ ..

1 min read

ନୂଆଦିଲ୍ଲୀ : ନିକଟରେ ଏଲନ ମସ୍କ ଟ୍ୱିଟରକୁ ନିଜ ଅଧିନକୁ ନେବା ପରେ ସେଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ତାହା ୟୁଜର୍ସମାନଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇନଥିଲା । ଟ୍ୱିଟ୍‌ର ମାଲିକାନା ହାତେଇବା ପରେ ମସ୍କ ସର୍ବପ୍ରଥମେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହ ଆକାଉଣ୍ଟ ବିଭାଗର କିଛି କର୍ମଚାରୀଙ୍କୁ କମ୍ପାନୀରୁ ବହିସ୍କାର କରିଥିଲେ । କିନ୍ତୁ ବର୍ତ୍ତମାନ ମସ୍କ ଏକ ଏଭଳି ପରିବର୍ତ୍ତନ କରାଇଛନ୍ତି ଯାହା ୟୁଜର୍ସମାନଙ୍କ ଉପରେ ମହଙ୍ଗା ମାଡ କରିବ ବୋଲି ସୂଚନା ମିଳୁଛି ।

ଏଣିକି ବ୍ଲୁ–ଟିକ୍ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ନିକଟରେ ଟ୍ୱିଟରର ମାଲିକାନା ହାତେଇଥିବା ଏଲନ ମସ୍କ ଏହି ନୂଆ ନିୟମ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରର ବ୍ଲୁଟିକ୍ ବ୍ୟବହାରକାରୀଙ୍କୁ ମାସକୁ ୮ଡଲାର ଦେବାକୁ ପଡ଼ିବ। ଭେରିଫାଏଡ୍ ଆକାଉଣ୍ଟ ଭାବେ ବିବେଚିତ ହେଉଥିବା ବ୍ଲୁଟିକ୍ ପାଇବା ପାଇଁ ଯେଉଁମାନେ ଚାହିଁବେ ତାଙ୍କୁ ମାସକୁ ୮ଡଲାର ଦେବାକୁ ପଡ଼ିବ। ଭାରତୀୟ ମୁଦ୍ରାରେ ଏହା ହେଉଛି ୬୬୧.୭୨ ଟଙ୍କା।

Advertisement

ଅନ୍ୟପଟେ ଯେଉଁମାନଙ୍କର ବ୍ଲୁ-ଟିକ୍ ନାହିଁ ସେମାନଙ୍କୁ ମୁର୍ଖ କହି ଥଟ୍ଟା କରିଛନ୍ତି ମସ୍କ। ସେମାନେ ଅଜଥା ଟ୍ୱିଟରରେ ବୋଝ ହେଉଛନ୍ତି। ବ୍ଲୁଟିକ୍ ହେଉଛି ଲୋକଙ୍କ ପାଇଁ ଶକ୍ତି ବୋଲି ମସ୍କ ଟ୍ୱିଟ୍ କରି କହିଛନ୍ତି। ସୂଚନା ଅନୁଯାୟୀ ଟ୍ୱିଟରକୁ ଫେକ ଆକାଉଣ୍ଟ ହଟାଇ ସ୍ୱଚ୍ଛ କରିବା ଅଭିଯାନରେ ଅଛନ୍ତି ମସ୍କ। ତେଣୁ ୟୁଜରଙ୍କୁ ଭେରିଫାଏଡ ଆକାଉଣ୍ଟ ଯୋଜନାରେ ଅଛନ୍ତି ସେ । ସେହିପରି ବ୍ଲୁଟିକ୍ ପାଇଁ ଚାର୍ଜ ନେବା ଉଭୟ ସ୍ୱଚ୍ଛତା ଓ ବ୍ୟବସାୟର ତାଙ୍କର ଅନ୍ୟ ଏକ ରଣନୀତି ବୋଲି କୁହାଯାଉଛି। ଆଗକୁ ସେ ଟ୍ୱିଟରେରେ ବିଜ୍ଞାପନକୁ ପ୍ରାଧାନ୍ୟ ଦେଇ ବ୍ୟବସାୟିକ ଲକ୍ଷରେ ଅଛନ୍ତି। ଯେଉଁଥିପାଇଁ ୟୁଜରମାନେ ମଧ୍ୟ ଏହା ମାଧ୍ୟମରେ ଲାଭବାନ ହୋଇପାରିବେ।

Leave a Reply

Your email address will not be published. Required fields are marked *