Pratidin TV

Odisha's Digital News Platform

ହାମାସ ସହ ଯୁଦ୍ଧ କରୁଛନ୍ତି ଦୁଇ ସାହସୀ ଭାରତୀୟ ମହିଳା…

1 min read


ଇସ୍ରାଏଲ ଏବଂ ହାମାସ୍ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଉଭୟ ଦେଶ ପରସ୍ପର ମଧ୍ୟରେ ଘମାଘୋଟ ଲଢେଇ ଜାରୀରହିଛି । କେହି ଯୁଦ୍ଧରୁ ଓହରିବାକୁ ଚାହୁଁ ନାହାନ୍ତି । ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଯୁଦ୍ଧ ଆରମ୍ଭ କରି ନାହାନ୍ତି କିନ୍ତୁ ଏହାକୁ ଶେଷ କରିବେ । ପାଲେଷ୍ଟାଇନ ଉପରେ ଇସ୍ରାଏଲ ଆକ୍ରମଣ ଜାରୀ ରଖିଥିବା ବେଳେ ହାମାସ ମଧ୍ୟ ଇସ୍ରାଏଲକୁ ଆକ୍ରମଣ କରୁଛି । ଆଉ ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ପକ୍ଷରୁ ହାମାସ ସହ ଯୁଦ୍ଧ କରୁଛନ୍ତି ଦୁଇ ଭାରତୀୟ ମହିଳା ।


ଏକ ରିପୋର୍ଟ ଅନୁଯାୟୀ, ରିୟା ଏବଂ ନିଶା ଦୁଇ ଜଣ ଭାରତୀୟ ମହିଳା ଇସ୍ରାଏଲ ପାଇଁ ପାଲେଷ୍ଟାଇନ ସହ ଯୁଦ୍ଧ କରିଛନ୍ତି । ଏହି ମହିଳା ଦ୍ୱୟ ଗୁଜୁରାଟ ଜୁନାଗଡର ମାନାଭାଦ କାଥୋଡି ଗାଁର ବୋଲି ଜଣାପଡିଛି । ସେମାନଙ୍କ ପିତା ଜିଭାଭାଇ ମୁଲିଆସିଆ ଓ ସାବଦସଭାଇ ମୁଲିଆସିଆ କିଛିବର୍ଷ ପୂର୍ବେ ଗୁଜୁରାଟରୁ ସ୍ଥାନାନ୍ତରିତ ଇସ୍ରାଏଲ ରେ ବାସ କରିବା ହେତୁ ସେଠାକାର ନାଗରିକତା ପାଇଥିଲେ । ଇସ୍ରାଏଲରେ, ଅଧିକାଂଶ ନାଗରିକ ବାଧ୍ୟତାମୂଳକ ଭାବେ ସାମରିକ ସେବାରେ ନିଯୁକ୍ତ ହୋଇଥାନ୍ତି । ଏହା ପୁରୁଷଙ୍କ ପାଇଁ ପୁରୁଷଙ୍କ ପାଇଁ ଅଢେଇ ବର୍ଷ ଏବଂ ମହିଳାଙ୍କ ପାଇଁ ଦୁଇ ବର୍ଷ ରହିଥାଏ ।୧୮ ବର୍ଷ ବୟସରୁ ଆରମ୍ଭ ହୋଇଥିବା ସମସ୍ତଙ୍କ ପରି, ଜିଭଭାଇ ମୁଲିୟାସିଆ ଏବଂ ସାବଦଶବାଇ ମୁଲିୟାସିଆର ଝିିଅମାନେ ମଧ୍ୟ ଇସ୍ରାଏଲରେ ସେବା କରିଥିଲେ । ଜିଭଭାଇ ମୁଲିୟାସିଆ ଏହା ପୂର୍ବରୁ କହିଥିଲେ ତାଙ୍କ ଝିଅ ଗତ ଦୁଇ ବର୍ଷ ଧରି ଲେବାନନ୍‌, ସିରିଆ, ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ ମୁତୟନ ରହିଥିଲେ ।

Advertisement

Leave a Reply

Your email address will not be published. Required fields are marked *