Pratidin TV

Odisha's Digital News Platform

ପୋଖରୀରେ ଗାଧୋଇବା ସାଜିଲା କାଳ, ପାଣିରେ ବୁଡି ଆଖିବୁଜିଲେ ୨ଭାଇ

1 min read

ନୟାଗଡ : ପୋଖରୀରେ ବୁଡିଗଲେ ୨ନାବାଳକ। ତେବେ ଉଭୟ ସର୍ମ୍ପକୀୟ ଭାଇ ବୋଲି ଜଣାପଡିଛି। ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଅଭିମାନପୁର ଗାଁ ଘଟିଛି ଏହି ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇଥିଲେ ୨ଜଣ ନାବାଳକ। ତେବେ ପୋଖରୀରେ ବୁଡି ଉଭୟଙ୍କର ମୃତ୍ୟୁ ହୋଇଛି। ମୃତକ ୨ ନାବାଳକ ହେଲେ ଦାଦା ପୁଅ ଏବଂ ବଡ ଭାଇ ପୁଅ ଭାଇ। ଅଭିମାନପୁର ଗ୍ରାମର ଲିପୁନ କର(୧୦) ଏବଂ ପ୍ରଦୀପ୍ତ କର (୧୨) ଆଜି ସକାଳେ ଗାଧୋଇବାକୁ ଯାଇଥିଲେ । ତେବେ ପୋଖରୀରେ ଅସାବଧାନତା ଯୋଗୁଁ ପୋଖରୀରେ ୨ଭାଇ ବୁଡି ଯାଇଥିଲେ। ତେବେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୁଅ ୨ଜଣ ଘରକୁ ଫେରି ନଥିବା ନେଇ ପରିବାର ଲୋକେ ଖୋଜାଖୋଜି ଆରମ୍ଭକରିଥିଲେ। ପରେ ୨ପୁଅଙ୍କ ମୃତ୍ୟୁ ହୋଇଥିବା ଜାଣି ପରିବାରରେ ଶୋକର ଛାୟା ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *