Pratidin TV

Odisha's Digital News Platform

ଡାକ୍ତରଙ୍କ ଠାରୁ ୮୭ ଲକ୍ଷ ଟଙ୍କା ହଡ଼ପ କରି , ବନ୍ଧା ହେଲେ ଦୁଇ ସାଇବର ଠକ ..

1 min read

ଫେକ୍ ଟ୍ରେଡିଂ ଆପ ଜରିଆରେ ଫସିଗଲେ ଖଣ୍ଡଗିରିର ଏକ ଡାକ୍ତର । ଏବେ ସେହି ଦୁଇ ସାଇବର ଠକକୁ ରାଜସ୍ଥାନରୁ ଗିରଫ କରିଛି ସାଇବର ଥାନା ପୋଲିସ । Hdfc ସିକ୍ୟୁରିଟି ହାଇ ନେଟ ୱର୍ଥ ଇନଭେଷ୍ଟର ପ୍ରୋଗ୍ରାମ ଟ୍ରେଡିଂ ଆପ ଜରିଆରେ ବିନିଯୋଗ କରିଥିଲେ 87 ଲକ୍ଷ ଟଙ୍କା । କେବେଳ ଏତିକି ନୁହେଁ ସାଇବର ଠକ 30 ଲକ୍ଷ ଟଙ୍କା ମାଗିଥିଲେ । ଯାହାପରେ ଡାକ୍ତର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପ୍ରଥମେ ତାଙ୍କୁ Whatsup ଗ୍ରୁପ୍ ରେ add କରାଯାଇଥିଲା । ସେହି ଗ୍ରୁପ୍ ରେ ବହୁ ଆକର୍ଷଣୀୟ ଅଫର ଦିଆଯାଇଥିଲା। ଯେଉଁଥିରେ ସେ ବିନିଯୋଗ କରିବା ପରେ ଫସିଯାଇଥିଲେ ଡାକ୍ତର । ସାଇବର ପୋଲିସ ଦୁଇ ଠକକୁ ଗିରଫ କରି ଭୁବନେଶ୍ୱରକୁ ଆଣିଛି । ଏହା ସହିତ ତାଙ୍କ ପାଖରୁ ପାଞ୍ଚ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେହି ଦୁଇ ଠକ ହେଉଛନ୍ତି ମୁକେଶ କୁମାର ଶିଳା ଏବଂ ଅନ୍ୟ ଜଣେ ନବୀନ କୁମାର ଯାଙ୍ଗିର ବୋଲି ଜଣା ପଡିଛି । ଏହି ଘଟଣାର ସାଇବର ଥାନା ପୋଲିସ ପ୍ରତାପ କୁମାର ଦାସ ତଦନ୍ତ କରି ଏହି ଦୁଇ ଠକଙ୍କୁ ଗିରଫ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *