Pratidin TV

Odisha's Digital News Platform

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ, ଜନ୍ମଦିନ ପାଳିବା ପରେ ସ୍ତ୍ରୀଙ୍କ ଆଗରେ ଭାସିଗଲେ ସ୍ୱାମୀ

ସତରେ ମୃତ୍ୟୁ ଯେ ଏତେ ଭୟଙ୍କର ତାହା କେବଳ ନିଜର ଲୋକଙ୍କୁ ଜଣା । ଯେତେବେଳେ ନିଜ ଆଖି ସାମ୍ନାରେ ଆପଣାର ମଣିଷ ଚାଲିଯାଏ ।

କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା। ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ବନ୍ଧୁ ଡାକ୍ତର ସ୍ଵାଧୀନ ପଣ୍ଡା ଏବଂ ସ୍ୱାଧୀନ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇଥିଲେ। ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ଦୁର୍ଭାଗ୍ୟକୁ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଭୂସ୍ଖଳନ

Leave a Reply

Your email address will not be published. Required fields are marked *