ନଣଦ ଭାଉଜକୁ ଚୂନ ଲଗାଇଲେ ଦୁଇ ଠକ, ଲୁଟିନେଲେ ଏକ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର।
1 min readଠକାମୀର ଶିକାର ହେଲେ ନଣନ୍ଦ-ଭାଉଜ | ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଲୁଟେରା | କିଛି ଏପରି ଆଶ୍ଚର୍ଯ୍ୟକର ମାମଲା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଘୁଷୁରିଆ ଗାଁରୁ ଅଭିଯୋଗ ଆସିଛି | ସୁନା ରୂପ ଅଳଙ୍କାର ମରାମତି ପାଇଁ ଦେଇଥିଲେ | କିନ୍ତୁ ନକଲି ସୁନାକୁ ତରଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ।
ସୂଚନା ମୁତାବକ,ଗତ କାଲି ଦୁଇଜଣ ଲୋକ ସୁନା କାରିଗରର ପରିଚୟ ଦେଇ ତନୁଶ୍ରୀଙ୍କ ଘର ପାଖରେ ପହଁଚିଥିଲେ। ସୁନା ଓ ରୁପା ମରାମତି କରୁଥିବା ଜାଣି ତନୁଶ୍ରୀ ଓ ତାଙ୍କ ନଣଦ ମିନତୀ ଉଭୟ ସୁନା ଓ ରୁପା ଅଳଙ୍କାର ମରାମତି ପାଇଁ ଦେଇଥିଲେ। କିନ୍ତୁ ୨ ଜଣ ଠକ ସୁନା ଅଳଙ୍କାରଙ୍କୁ ମରାମତି କରିବା ପରିବର୍ତ୍ତେ ନକଲି ସୁନାକୁ ତରଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଠକେଇର ଶିକାର ହୋଇଥିବା ଦୁଇଜଣ ମହିଳା ରାଜକନିକା ଥାନାର ଦ୍ୱାରସ୍ଥ ହୋଇଥିଲେ | କିନ୍ତୁ ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ।