Pratidin TV

Odisha's Digital News Platform

ଗାଧୋଇବା ସାଜିଲା କାଳ, ଏକାସାଙ୍ଗରେ ବ୍ରାହ୍ମଣୀ ନଦୀ ପଠାକୁ ଯାଇ ସବୁଦିନ ପାଇଁ ଆଖିବୁଜିଦେଲେ ୨ସାଙ୍ଗ ..

1 min read

ଯାଜପୁର : ଗାଧୋଇଲା ବେଳେ ଜୀବନ ନେଇଗଲା ବ୍ରାହ୍ମଣୀ ନଦୀ । ୨ସାଙ୍ଗ ହସଖୁସିରେ ଗାଧୋଇବା ବେଳେ ଟାଣିନେଲା ଯମ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗୋକର୍ଣ୍ଣେଶ୍ଚର ମନ୍ଦିର ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଘଟିଲା ଅଘଟଣ । ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି । ମୃତକ ଦ୍ୱୟ ହେଲେ ଧର୍ମଶାଳା ଥାନା ଦେଓଦା ଅଞ୍ଚଳର ଗୋବିନ୍ଦ ରଣା ଓ କୁମାରୀ ଗାଁର ସୌମ୍ୟରଂଜନ ମହାରଣା । ସାଙ୍ଗମାନେ ମିଶି ବ୍ରାହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘଶଟକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ହଠାତ ପାଣିରେ ବୁଡି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ୨ଜଣ ସାଙ୍ଗକୁ ପାଣିରୁ ଉଦ୍ଧାର କରିଥିଲେ ହେଲେ ସେତେବେଳେ କୁ ସେମାନେ ଚେତାଶୁନ୍ୟ ହୋଇ ପଡିଥିଲେ । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *