ରାମଲାଲାଙ୍କ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପାଳନ ହେବ ପ୍ରଥମ ଦୀପୋତ୍ସବ; ଜଳିଲା ୨୮ ଲକ୍ଷ ଦୀପ..
1 min readଦୀପାବଳି ଅବସରରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ଗୁରୁବାର ଦୀପୋତ୍ସବ ପାଳିତ ହୋଇଛି। ଏହି ଦୀପୋତ୍ସବରେ ଦୁଇଟି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପିତ ହୋଇଛି। ପ୍ରଥମ ରେକର୍ଡ ହେଉଛି ଏହି ଉତ୍ସବରେ ସର୍ବାଧିକ ସଂଖ୍ୟକ ଲୋକ ଆଳତି କରିଥିଲେ। ୧,୧୨୧ ଲୋକ ଏକକାଳୀନ ଆଳତି କରିଥିଲେ। ଦ୍ବିତୀୟ ରେଡର୍କ ହେଉଛି ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡ ପୁରସ୍କାର ଗ୍ରହଣ କରିଥିଲେ। ସରଜୁ ନଦୀ କୂଳର ୫୫ଟି ଘାଟରେ ଏହିସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା।
ବୁଧବାର ଦିନ ସକାଳ ଠାରୁ ଅଯୋଧ୍ୟାରେ ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ପରମ୍ପରାର ଏକ ନିଆରା ମିଳନ ଦୃଶ୍ୟମାନ ହୋଇଥିଲା। ସିଏମ୍ ଯୋଗୀ, କେନ୍ଦ୍ର ପର୍ଯ୍ୟଟନ-ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ସମେତ ୟୁପିର ଅନେକ ମନ୍ତ୍ରୀ ଏହି ସମସ୍ତ ଘଟଣାର ସାକ୍ଷୀ ରହିଥିଲେ। ହେଲିକପ୍ଟର ଯୋଗେ ପ୍ରଭୁ ରାମ, ମାତା ସୀତା ଏବଂ ତାଙ୍କ ଭାଇ ଲକ୍ଷ୍ମଣ ସରାୟୁଙ୍କ କୂଳରେ ପହଞ୍ଚିଥିଲେ। ତାଙ୍କୁ ସିଏମ ଯୋଗୀ ସ୍ୱାଗତ କରିଥିଲେ।