Pratidin TV

Odisha's Digital News Platform

ଟନେଲ କାମରେ ଅଘଟଣା , ମାଟି ଅତଡା ଖସି ୨ ଶ୍ରମିକ ମୃତ

1 min read

କୋରାପୁଟ : ଟନେଲ କାମ ଚାଲିଥିବା ବେଳେ ହଠାତ୍ ମାଟିଅତଡା ଖସି ୨ ଜଣ ଶ୍ରମିକ ସେଇ ମାଟି ଅତଡା ତଳେ ଚାପିହୋଇ ରହିଯାଇଥିଲେ । ସୂଚନା ଅନୁଯାୟୀ ଆଜି କୋରାପୁଟ ରୁ ରାୟଗଡା ଯାଉଥିବା ରେଳ ଲାଇନର କାମ ଚାଲିଥିଲା । ଲକ୍ଷ୍ମୀପୁର ବ୍ଲକର କୁଶୁମୁଗୁଡାର ୨ନଂ ଟନେଲରେ କାମ ଚାଲିଥିବା ବେଳେ ହଠାତ୍ ଉପରୁ ମାଟି ଅତଡା ଖସିଥିଲା ।ଫଳରେ ଘଟଣା ସ୍ଥଳରେ କାମ କରୁଥିବା ୨ ଜଣ ଶ୍ରମିକ ଚାପିହୋଇ ରହିଯାଇଥିଲେ ସେହି ମାଟି ଅତଡା ତଳେ ।

ଏହାପରେ ଟନେଲ କାମରେ ନିଯୁକ୍ତ ଥିବା ଅନ୍ୟକର୍ମଚାରୀ ଓ ଅଗ୍ନିଶମ ବାହି ଟିମ୍‌ଙ୍କ ଦ୍ୱାରା ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସାôଧିନ ଅବସ୍ଥାରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଦୁଇଜଣ ହେଉଛନ୍ତି ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମ ରାଜ୍ୟର ଜହରୁଦ୍ଦିନ।

Advertisement

Leave a Reply

Your email address will not be published. Required fields are marked *