Pratidin TV

Odisha's Digital News Platform

ଠେକୁଆ ଶିକାର କରି ଦେଶୀ ବନ୍ଧୁକ ଜବତ ସହ ଦୁଇ ଜଣ ହେଲେ ଗିରଫ…

1 min read

ରାୟଗଡା: ଠେକୁଆ ଶିକାର କରୁଥିବା ବେଳେ ଧରାପଡିଲେ ଦୁଇ ମାଫିଆ । ଆଜି ରାୟଗଡା ଜିଲ୍ଲା ଗୁଡ଼ାରୀ ବନାଞ୍ଚଳ ନାଇରା ସେକ୍ସନ ଗୁମୁଡା ନିକଟସ୍ଥ ଗୋପାଳପୁର ଗ୍ରାମ ନିକଟରେ ଆଜି କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ବିଭିନ୍ନ ମାରଣାସ୍ତ୍ର ସହ ଦୁଇ ଜଣ ମାଫିଆଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଆଲୁମିନିୟମ ତାର ସହିତ HF Deluxe ମୋଟର ସାଇକେଲ ଓ ଶିକାର କରିଥିବା ମୃତ ଠେକୁଆକୁ ଜବତ କରାଯାଇଛି । ଫରେଷ୍ଟର ଶିବ ପ୍ରସାଦ ପ୍ରଧାନ ଙ୍କ ସହ ACF-ରାୟଗଡା ସନ୍ଦୀପ କୁମାର ପୃଷ୍ଟି ଓ କର୍ମଚାରୀ ମାନେ ସମସ୍ତେ ମିଶି ପେଟ୍ରୋଲିଂ କରିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ମାଫିଆ ସୁରେଶ କୈବର୍ତ୍ତ ଓ ପୂର୍ଣ୍ଣ କାଡ୍ରାକା ଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି । ତେବେ ଅନେକ ଦିନ ପରେ ବନ ବିଭାଗ ସଚେତନ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *