Pratidin TV

Odisha's Digital News Platform

ମହାପ୍ରଭୁଙ୍କ ଗର୍ଭଗୃହରେ ପଡିଲା ରକ୍ତଛିଟା, ୨ଜଣଙ୍କ ଭିତରେ ହୋଇଛି ଗଣ୍ଡଗୋଳ..

1 min read

ପୁରୀ: ଶ୍ରୀମନ୍ଦିରରେ ପୁଣି ପଡ଼ିଲା ରକ୍ତଛିଟା । ଆଜି ଦିନଦ୍ୱିପ୍ରହରରେ ଶ୍ରୀଜିଉଙ୍କ ଗର୍ଭଗୃହ ଭିତରେ ଦ୍ୱିପ୍ରହର ଧୂପ ବସିଥିବା ବେଳେ ଏଭଳି ଅଭାବନୀୟ ପରସ୍ଥିତି ଦେଖିବାକୁ ମିଳିଛି । ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ହୋଇଛି ମାରପିଟ । ଏମିତି ଉଭୟ ଲହୁ ଲୁହାଣ ହୋଇ ଯାଇଥିଲେ ।ଏବଂ ଗର୍ଭଗୃହରେ ପଡିଯାଇଥିଲା ରକ୍ତ । ରକ୍ତଛିଟା ପଡିବା ଫଳରେ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଇଥିଲା । ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଦ୍ୱିପହର ଧୂପ ବସିଥିଲା । ସେବାରେ ଥିବା ପ୍ରାପ୍ୟ କୁ ନେଇ ପତ୍ରୀ ବଡ଼ୁ ଓ ପଖାଳିଆ ସେବାୟତର ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିଲା । ଉଭୟଙ୍କୁ ସିଂହଦ୍ୱାର ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏଥିସହ ଅନ୍ୟମାନଙ୍କୁ ପଚରାଉଚୁରା କରିଛି । ମହାପ୍ରଭୁଙ୍କ ସ୍ନାନ ପରେ ପୁଣି ସମସ୍ତ ନୀତିକାନ୍ତି ଆଗକୁ ବଢ଼ିଛି । ତେବେ ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଅପ୍ରୀତିକର ଅଘଟଣ ଦେଖିବାକୁ ଲାଗିଛି । ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅଘଟଣକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Advertisement

Leave a Reply

Your email address will not be published. Required fields are marked *