Pratidin TV

Odisha's Digital News Platform

୩୬୦୦ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବିମାନ , ହେଲେ ଶୋଇପଡିଲେ ପାଇଲଟ୍ ..

1 min read

ମଝି ଆକାଶରେ ଉଡୁଥିଲା ବିମାନ , ହେଲେ ବିମାନ ଭିତରେ ଶୋଇପଡିଲେ ପାଇଲଟ୍ । ଆଉ ସେହି ବିମାନ ଭିତରେ ଥିଲେ ୧୫୦ ଯାତ୍ରୀ । ପାଇଲଟ୍ ଗୋଟିଏ କି ଦୁଇ ମିନିଟ୍ ନୁହେଁ ପୁରା ୩୦ ମିନିଟ୍ ପର୍ଯ୍ୟନ୍ତ ନିଘୋଡ଼ ନିଦରେ ଶୋଇପଡିଥିଲେ ଦୁଇ ପାଇଲଟ୍ । ଫଳରେ ବିମାନଟି ଭୁଲ ବାଟରେ ଚାଲିଯାଇଥିଲା । ହେଲେ ସୌଭାଗ୍ୟବଶତଃ ପାଇଲଟ୍‌ଙ୍କ ଏଭଳି କାଣ୍ଡରେ କୌଣସିି ଅଘଟଣ ଘଟିନାହିଁ, କିନ୍ତୁ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଇଣ୍ଡୋନେସିଆ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଇଣ୍ଡୋନେସିଆର ଜାତୀୟ ଟ୍ରାନ୍‌ସପୋର୍ଟେସନ୍ ସେଫ୍‌ଟି କମିଟିର ସୂଚନାନୁସାରେ, ଏହି ଘଟଣାଟି ଜାନୁଆରି ୨୫ ତାରିଖରେ ଘଟିଥିଲା । ଦକ୍ଷିଣ-ପୂର୍ବ ସୁଲାୱେସିରୁ ଜାକର୍ତ୍ତା ଯାଉଥିବା ବାଟିକ୍ ଏୟାର୍‌ ୱେଜ୍‌ର ଏ-୩୨୦ ବିମାନ । ଏହି ବିମାନରେ ୧୫୪ ଜଣ ଯାତ୍ରୀଙ୍କ ସମେତ ଚାରି ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ । ତେବେ ବିମାନ ଉଡାଣ ଭରିବା ପୂର୍ବରୁ କୋ-ପାଇଲଟ୍ ନିଜ ପାଇଲଟ୍‌କୁ ପୂରାପୁରି ଆରମ କରିନଥିବା କଥା ଜଣାଇଥିଲେ । ବିମାନଟି ୩୬,୦୦୦ ଫୁଟ୍ ଉଚ୍ଚାରେ ପହଞ୍ଚିବା ପରେ କୋ-ପାଇଲଟ୍‌ଙ୍କୁ ଆରମ କରିବା ପାଇଁ କହିଥିଲେ ପାଇଲଟ୍ ।

Advertisement

ଏହାର କିଛି ସେକେଣ୍ଡ ପରେ କୋ-ପାଇଲଟ୍‌ଙ୍କୁ ଦେଖି ଦେଖି ପାଇଲଟ୍ ମଧ୍ୟ ଶୋଇପଡିଥିଲେ । ପ୍ରାୟ ୩୦ ମିନିଟ୍ ଯାଏଁ ଶୋଇବା ପରେ ଉଭୟଙ୍କ ନିଦ ଭାଙ୍ଗିଥିଲା । ନିଦରୁ ଉଠିବା ପରେ ଉଭୟ ପାଇଲଟ୍ ବିମାନଟି ରାସ୍ତା ଭଟକି ଯାଇଥିବା କଥା ଜାଣିବାକୁ ପାଇଥିଲେ । ଏହାପରେ ସେ ଏସିସିକୁ ରେଡିଓ ସଞ୍ଚାର ମାଧ୍ୟମରେ ସୂଚନା ଦେଇଥିଲେ, ପରେ ଏହି ସମସ୍ୟାକୁ ସମାଧାନ କରାଯାଇ ବିମାନକୁ ସୁରକ୍ଷିତ ଜକର୍ତା ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲେ । ଏଭଳି ସାଂଘାତିକ ଦାୟିତ୍ୱହୀନତାରେ କୌଣସିି ଦୁର୍ଘଟଣା ଘଟିନଥିଲେ ମଧ୍ୟ ବିମାନର ଏକାଧିକ ଯାନ୍ତ୍ରିକ ଓ ରେଡିଓ ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଦେଖାଯାଇଥିଲା । ଏହି ଘଟଣା ପରବର୍ତ୍ତୀ ସମୟରେ ଜଣାପଡ଼ିବା ପରେ ପରିବହନ ମନ୍ତ୍ରଣାଳୟର ବେସାମରିକ ବିମାନ ଚଳାଚଳ ବିଭାଗର ମହା ନିର୍ଦ୍ଦେଶକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ତ୍ରୁଟିର ପୁନରାବୃତ୍ତି ନ ଘଟାଇବାକୁ ତାଗିଦ୍ କରାଯାଇଛି ।

Leave a Reply

Your email address will not be published. Required fields are marked *