Pratidin TV

Odisha's Digital News Platform

ଟିଟିଲାଗଡ ଜେଲର କାନ୍ଥ ଡେଇଁ ଦୁଇ କଏଦି ଚମ୍ପଟ ।

ବଲାଙ୍ଗୀର ; ଜିଲ୍ଲା ଟିଟିଲାଗଡ଼ ଉପ କାରାଗାର ଭିତରୁ ଦୁଇ ଜଣ ବିଚା଼ରଧୀନ କଏଦି ଫେରାର ନେଇ ଏବେ ଏକ ବଡ଼ ଖବର
ସାମ୍ନାକୁ ଆସିଛି । ଫେରାର୍ ଦୁଇ ଜଣ କଏଦୀ ହେଲେ କେସିଙ୍ଗା ଅଂଚଳର ସୁମିତ ବିହାରୀ ଓ ସିନ୍ଧେକେଲା ଅଂଚଳର ଶୁଭମନ ରଣା । ଗତ ରାତିରେ ଜେଲର କାନ୍ଥ ଡେଇଁ ଏଇ ଦୁଇ ଜଣ ସୁମିତ ଓ ଶୁଭମନ ଫେରାର୍ ଥିବା ସୂଚନା ମିଳିଛି ।

ତେବେ କୌଣସି ଏକ ହତ୍ୟା ମାମଲାରେ ଜେଲରେ ଏଇ ଦୁଇ ଜଣ ବିଚାରଧୀନ କଏଦୀ ଭାବରେ ଜେଲ ଦଣ୍ଡ ଭୋଗୁଥିବା ବେଳେ ଜେଲ୍ରେ ଏତେ ସୁରକ୍ଷା ଥାଇ ମଧ୍ୟ କେମିତି ଫେରାର୍ ହେଲେ ଏଇ ଦୁଇ ଜଣ ।

ଏମାନଙ୍କ ଫେରାର୍ ପଛରେ ଜେଲରେ କୌଣସି କର୍ମଚାରୀଙ୍କ ହାତ ନାହିଁତ ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଥିବା ବେଳେ ଜେଳ୍ର ଉଚ୍ଛ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବାକୁ ସାଧାଣରେ ଦାବୀ ହେଉଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ପୋଲିସ ଓ ଜେଲ କର୍ମଚାରୀଙ୍କ ଛାନଭିନ୍ ଚାଲିଛି ।

Leave a Reply

Your email address will not be published. Required fields are marked *