Pratidin TV

Odisha's Digital News Platform

CMOରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ..

ରାଜ୍ୟ ରାଜନୀତିରେ ହୋଇଛି  ବଡ଼ ପରିବର୍ତ୍ତନ ।  ଦୀର୍ଘ 24 ବର୍ଷର ସରକାରର ଅନ୍ତ ଘଟାଇ ଏବେ ବିଜେପି ସରକାର ଗଢିବାକୁ ଯାଉଛି  ।  ହେଲେ ଏହାପୂର୍ବରୁ ସିଏମ୍‌ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍‌।  ସିଏମ୍‌ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍‌ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଦୁହେଁ ଏହି ନିଷ୍ପତ୍ତି ନେଇଛନ୍ତି।

 ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ବିଜେଡିକୁ କେବଳ ୫୧ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ କଂଗ୍ରେସ ୧୪ଟି , ସ୍ବାଧୀନ ୩ଟି ଏବଂ ସିପିଆଇ(ଏମ୍‌) ଗୋଟିଏ ଆସନ ପାଇଛନ୍ତି। ୨୦୧୯ରେ ଭାଜପା ୨୩ ଆସନ ପାଇଥିବା ବେଳେ ଚଳିତ ନିର୍ବାଚନରେ ଅଧିକ ୫୫ ଆସନ ପାଇଛି ବିଜେପି । ସେହିଭଳି ରାଜ୍ୟର ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୯ଟି ସଂସଦୀୟ କ୍ଷେତ୍ରରେ ବିଜୟଲାଭ କରିଥିବା ବେଳେ  କଂଗ୍ରେସ ଗୋଟିଏ  ବିଜେଡି ଗୋଟିଏ ବି ସିଟ ଜିତିବାରେ ସଫଳ ହୋଇନାହିଁ । ୨୦୧୯ ନିର୍ବାଚନରେ ବିଜେପି ୮ଟି ଆସନ ପାଇଥିବା ବେଳେ ଏଥର ଅଧିକ ୧୧ ଆସନ ଜିତିବା ଓଡ଼ିଶାର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

Leave a Reply

Your email address will not be published. Required fields are marked *