Pratidin TV

Odisha's Digital News Platform

ସୁବ୍ରତଙ୍କ ଅନ୍ତିମ ସଂସ୍କାରରେ ଆସିଲେନି ଦୁଇ ପୁଅ…

1 min read

ଦିନେ କାହା ପାଖରେ ଲୋକଙ୍କର ଲମ୍ବା ଲାଇନ୍ ଲାଗୁଥିଲା । ଆଜି ସେ ପୁରା ଏକା । ନାଁ ଅଛନ୍ତି ସେହି ସାଙ୍ଗ ସାଥୀ ନାଁ ପରିବାର ଲୋକେ । ଅନ୍ତିମ ବିଦାୟରେ ବି ସେ ପୁରା ପୁରି ଏକା । ସାରା ଜୀବନ ଯିଏ ଗ୍ଲାମର ଦୁନିଆରେ ବଞ୍ଚି ଆସିଥିଲା । ମୃତ୍ୟୁ ବେଳକୁ ବି ତାଙ୍କ ସହ କେହି ନଥିଲେ । ପୂରାପୂରି ଏକୁଟିଆ ଥିଲେ ସୁବ୍ରତ । ଏମିତିକି ମୃତ୍ୟୁ ବେଳକୁ ତାଙ୍କର କୌଣସି ପରିବାର ସଦସ୍ୟ ମଧ୍ୟ ପାଖରେ ନଥିଲେ । ସୁବ୍ରତ ରାୟ ନିଜର ଦୁଇ ପୁଅଙ୍କ ବାହାଘରରେ ବିଶିଷ୍ଟ ରାଜନୖତିକ ବ୍ୟକ୍ତିଙ୍କଠୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଷ୍ଟାର ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସାରା ଦୁନିଆ ଦେଖିଥିଲା ଏହି ଭବ୍ୟ ବାହାଘର । ସେହି ଦୁଇ ପୁଅ ଆଜି ବାପାଙ୍କ ମୃତ୍ୟୁ ବେଳେ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେଲେ ନାହିଁ । କୁହାଯାଉଛି ଯେ, ଦୁଇ ପୁଅ ସୁଶାନ୍ତୋ ଏବଂ ସୀମାନ୍ତୋ ବିଦେଶରେ ଅଛନ୍ତି । ଏଥିପାଇଁ ସେମାନେ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେ ନାହିଁ । ଦୁଇ ପୁଅଙ୍କ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସୁବ୍ରତ ଆଜି ଏକୁଟିଆ ହୋଇଯାଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ତାଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ନିଜ ପିଲାମାନେ ହିଁ ନାହାଁନ୍ତି । କମ୍ପାନୀର ଅବସ୍ଥା ଖରାପ ହେଲା ପରେ ସୁବ୍ରତ ରାୟଙ୍କ ଘନିଷ୍ଠ ବ୍ୟକ୍ତିମାନେ ତାଙ୍କୁ ଗୋଟିଏ ପରେ ଗୋଟିଏ ଛାଡିବାକୁ ଲାଗିଲେ । ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ଜେଲ ଯିବାକୁ ପଡିଲା ଏବଂ ଅନେକ ବଦନାମ ହେବାକୁ ପଡିଲା । ସୁବ୍ରତ ରାୟଙ୍କ କାମ ହିଁ ତାଙ୍କ ଉପରେ ଭାରି ପଡିଥିଲା । ଆଉ ଶେଷରେ ସୁବ୍ରତ ଙ୍କର ମୃତ୍ୟୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *