Pratidin TV

Odisha's Digital News Platform

ରାଜ୍ୟକୁ ଫେରିଲା ସ୍ୱାଇନ୍ ଫ୍ଲୁ: ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ବର: ରାଜ୍ୟରେ ଚିହ୍ନଟ ହେଲେ ୨ ଜଣ ସ୍ୱାଇନ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଦୁଇ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷାରୁH1N1  ପଜିଟିଭ ଆସିଛି । ଜଣେ ୩୮ ବର୍ଷର ପୁରୁଷ ଓ ଅନ୍ୟ ଜଣେ ୨୮ ବର୍ଷର ମହିଳା ହୋଇଥିବା ବେଳେ ଉଭୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସୂଚନା ମିଳିଛି । ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ମଧ୍ୟ ଜଣାପଡିଛି ।

୨୦୧୯ ପରଠାରୁ ରାଜ୍ୟରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେଉଛନ୍ତି । ସାଧାରଣତଃ ଭାବେ ପ୍ରାକ ମୌସୁମୀ ଋତୁ ଓ ଶୀତ ଦିନେ ଏହି ରୋଗ ଦେଖାଯାଏ । ଯଦି କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ତେବେ ଏହା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଯଦି କୌଣସି ବ୍ୟକ୍ତି ଠାରେ ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଦେହ ହାତ ଘୋଳା ବିନ୍ଧା ଭଳି ଲକ୍ଷଣ ରହୁଛି, ସେମାନେ ଆଇସଲେସନରେ ରୁହନ୍ତୁ । ଫଳରେ ଏଭଳି ଫ୍ଲୁର ସଂକ୍ରମଣକୁ ରୋକାଯାଇପାରିବ ।

Advertisement

Leave a Reply

Your email address will not be published. Required fields are marked *