Pratidin TV

Odisha's Digital News Platform

ଏଥର ଦୁଇ ଚକିଆ ଯାନରେ ଦୁର୍ଘଟଣା ରୋକିବ ଏୟାର ବ୍ୟାଗ୍‌…

ସଡ଼କ ଦୁର୍ଘଟଣା ମଧ୍ୟରେ ଅଧିକାଂଶ ଦୁର୍ଘଟଣା ଦୁଇ ଚକିଆ ଯାନ ସହିତ ହୋଇଥାଏ । ଦୁଇ ଚକିଆ ଯାତ୍ରୀମାନେ ହିଁ ଅଧିକାଂଶ ମୃତ୍ୟୁ ମୁଖରେ ପଡଥାନ୍ତି । ତେବେ ଏହି ଦୁର୍ଘଟଣା ରୋକିବା ପାଇଁ ଅନେକ କମ୍ପାନୀ ଏହା ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଭବିଷ୍ୟତରେ ଏହା ହ୍ରାସ ହୋଇପାରିବ । ଦୁର୍ଘଟଣାର ଘଟିବା ପୂର୍ବରୁ ଖୋଲିଯିବ ଏୟାର ବ୍ୟାଗ । ତେବେ ସଡକ ଦୁର୍ଘଟଣାକୁ ଆହୁରୀ ମଜଭୁତ କରିବା ଲାଗି ପିଆଜିଓ ଓ ଅଟୋଲିଭ କମ୍ପାନୀ ଏକ ଅସାଧାରଣ ଜିନିଷର ବିକାଶ କରିଛନ୍ତି । ଏହି ଦୁଇ କମ୍ପାନୀ ମିଳିତ ଭାବେ ଦୁଇ ଚକିଆ ଯାତ୍ରୀଙ୍କୁ ସୁରକ୍ଷା ଏକ ନୂତନ ଏୟାରବ୍ୟାଗ ତିଆରି କରୁଛନ୍ତି । ବାଇକ ଯାତ୍ରୀମାନଙ୍କ ପାଇଁ ଏୟାରବ୍ୟାଗ ତିଆରି ଦୁଇ ପ୍ରକାର ଏୟାରବ୍ୟାଗ ପ୍ରସ୍ତୁତ ହୋଇଛି । ଯେଉଁଥିରେ ପ୍ରଥମଟି ଆରୋହୀଙ୍କ ସିଟ୍ ତଳେ ସ୍ଥାପିତ ହେବ, ଯାହା ଦୁର୍ଘଟଣା ସମୟରେ ବାଇକ ଚାଳକଙ୍କୁ ସୁରକ୍ଷା ଯୋଗାଇବାରେ କାର୍ଯ୍ୟ କରିବ ।ଦ୍ୱିତୀୟ ଏୟାରବ୍ୟାଗ ବାଇକ୍ ସିଟ୍ ମ ମଧ୍ୟରେ ସ୍ଥାପିତ ହେବ, ଯାହା ବାଇକ୍ ଆରୋହୀ ଏବଂ ଏଥିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ରହିବ ଏବଂ ଉଭୟ ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *