Pratidin TV

Odisha's Digital News Platform

OMP ଛକରେ ସ୍ୱାମୀ ପାଇଁ ହାଇଡ୍ରାମା ; ଟଣାଓଟରା ହେଲେ ୨ ମହିଳା…

1 min read

କଟକ : ସ୍ଵାମୀ ପାଇଁ ତୁମୁଳକାଣ୍ଡ । ରାସ୍ତାରେ ଚାଲିଥିଲା ଫିଲ୍ମ ସିନ୍ । ଆମେ ମାନେ ରିଲ୍ ରେ ବା ଫିଲ୍ମରେ ଦେଖୁଥିବା ସିନ୍ ଭଳି ଗତକାଲି ଓମପି ଛକରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ ବିଚ୍ ରାସ୍ତାରେ ସ୍ୱାମୀକୁ ନେଇ ଟଣା ଓଟରା ହେଲେ ଦୁଇ ମହିଳା ।

ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି କଟକ OMP ଅଂଚଳରେ ତାହା ପୁଣି ବିଳମ୍ବିତ ରାତିରେ। ଦୁଇ ଜଣ ମହିଳା ସ୍ୱାମୀ କୁ ନେଇ ଟଣା ଘୋଷାର ସହ ମାରପିଟ ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଜଣେ ପୁରୁଷକୁ ୨ ଜଣ ମହିଳା ଟଣା ଓଟରା କରିଥିଲେ । ଜଣେ ମୋ ସ୍ୱାମୀ କହି ଟାଣୁଥିବା ବେଲେ ଅନ୍ୟ ଜଣେ ମଧ୍ୟ ଏଭଳି କହୁଥିଲା । ଏଭଳି ଦୀର୍ଘ ସମୟ ଧରି ଚାଲିବାରୁ ସେଠାରେ ଲୋକମାନଙ୍କର ଭିଡ ଜମିଥିଲା । କିନ୍ତୁ କିଛି ସମୟ ପରେ ପୋଲିସ ସେଠାରେ ପହଞ୍ଚି ଦୁଇ ମହିଳାଙ୍କୁ ବୋହୁ କଷ୍ଟରେ ବୁଝାଇ ଘଟଣା ସ୍ଥଳରୁ ବିଦା କରିଥିଲା ।

Leave a Reply

Your email address will not be published. Required fields are marked *