Pratidin TV

Odisha's Digital News Platform

ଶେଷ ନିଦ୍ରାରେ ଉଡ଼ାନଫେମ୍ ଅଭିନେତ୍ରୀ କବିତା ଚୌଧୁରୀ ..

1 min read

ଜୀବନ ଯାକର ଅଭିନୟ ଭିତରେ ଶେଷରେ ଶେଷ ନିଦ୍ରାରେ ଶୋଇଲେ ଅଭିନେତ୍ରୀ । ଆଇପିଏସ ଅଫିସର ହୋଇ ଇନିଭେସ୍ଟିଗେସନ କରିବେ , ନା ଅପରାଧ ରୋକିବେ । ଏବେ ମୃତ୍ୟୁର ଶଯ୍ୟାରେ ଶୋଇ ନିଜର ସ୍ୱପ୍ନକୁ ଖୋଜିବେ । କାରଣ ଆଉନାହାନ୍ତି ଟେଲିଭିଜନର ଲୋକପ୍ରିୟ ସିରିଏଲ ଉଡାନ୍ ଫେମ୍ ଅଭିନେତ୍ରୀ କବିତା ଚୌଧୁରୀ । ୬୭ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସୂଚନାନୁସାରେ ଅଭିନେତ୍ରୀ ହୃଦଘାତରେ ଚିକିତ୍ସିତ ହେଉଥିବା ସମୟରେ ଆଖି ବୁଜିଛନ୍ତି ।

ଅଶୀ ଦଶକରେ ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବେ କବିତା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ତାଙ୍କର ବିୟୋଗରେ ପରିବାର ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଭିନେତ୍ରୀଙ୍କର ମୃତ୍ୟୁକୁ ନେଇ ଭଣଜା ଅଜୟ ସୟଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଜୟ ସୟଲଙ୍କ କହିବା ଅନୁସାରେ, କବିତା ଚୌଧୁରୀ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ । ଏହାପରେ ସେ ଗତ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିଲେ । ଏନେଇ ତାଙ୍କୁ ଅମୃତସରର ପାର୍ବତୀ ଦେବୀ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ଅମୃତସରରେ ହିଁ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅଭିନେତ୍ରୀଙ୍କ ବିୟୋଗରେ ଇଣ୍ଡଷ୍ଟ୍ରୀର ତମାମ ସେଲିବ୍ରିଟି ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Advertisement

୧୯୮୯ ରେ ଉଡାନ ଶୋ ରିଲିଜ ହୋଇଥିଲା । କବିତା ଏହି ଶୋରେ ଆଇପିଏସ କଲ୍ୟାଣ ସିଂ ଭୂମିକାରେ ଅଭିନୟ କରିଥିଲେ । ସେ ଏହି ଶୋ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି ଶୋ ତାଙ୍କ ଭଉଣୀ କାଞ୍ଚନ ଚୌଧରୀଙ୍କ ଭଟ୍ଟାଚାର୍ଯ୍ୟଙ୍କ ଜୀବନ ଉପରେ ଆଧାରିତ ଥିଲେ । ଯିଏ କିରଣ ବେଦୀଙ୍କ ପରେ ଦ୍ୱୀତିୟ ମହିଳା ଆଇପିଏସ ଅଧିକାରୀ ଥିଲେ । ତେବେ ସିରିୟଲ ସହ କବିତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ୧୯୭୫ ମସିହାରେ ସେ ପଞ୍ଜାବର ଅମୃତସରରେ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କର ଅନ୍ତିମ ସଂସ୍କାର ଅମୃତସରରେ କରାଯାଇଛି । ତାଙ୍କ ଭାଇ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ।

Leave a Reply

Your email address will not be published. Required fields are marked *