ଉଦୟପୁରରେ ଦିନ ଦ୍ୱିପ୍ରହରରେ ହତ୍ୟା ମାମଲା: ଏନ୍ଆଇଏ ପ୍ରେରଣ କଲା କେନ୍ଦ୍ର ସରକାର
1 min readନୂଆଦିଲ୍ଳୀ: ଉଦୟପୁରରେ ଘଟିଥିବା ଦିନ ଦ୍ୱିପ୍ରହର ହତ୍ୟାକୁ ନେଇ ପୁରା ଦେଶରେ ଦେଖାଦେଇଛି ବିଶୃଙ୍ଖଳା । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ତଦନ୍ତକାରୀ ସଂସ୍ଥାକୁ ପଠାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପ୍ରହରେ ଦରଜୀ କହ୍ନେୟାଲାଲଙ୍କ ଗଳାକାଟି ହତ୍ୟା କରିଥିବା ଦୁଇ ମୁସଲମାନ ଯୁବକ ଗୌସ ମହମ୍ମଦ ଓ ରିୟାଜଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଉଦୟପୁରର ସୁରଜପୋଲର ବାସିନ୍ଦା ବୋଲି ପୋଲିସ କହିଛି। ରାଜସ୍ଥାନରେ ସ୍ପଷ୍ଟ ଦିବାଲୋକରେ ଏପରି ଅପରାଧିକ ଘଟଣା ଘଟିବା ପରେ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ) ଏକ ଟିମ୍ ରାଜସ୍ଥାନର ଉଦୟପୁରକୁ ଯାଇଛି।
ସୂଚନାଥାଉକି, ରାଜସ୍ଥାନର ଉଦୟପୁରରେ ୨ ଜଣ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କ ଦୋକାନକୁ ଯାଇଥିଲେ। ସେଠାରେ ପୋଷାକ ମାପ ଦେବା ବାହାନାରେ ମାରଣାସ୍ତ୍ର ସାହାଜ୍ୟରେ କହ୍ନେୟାଲାଲଙ୍କ ଗଳାକାଟି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ, ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ସେଠାରେ ଏବେ ଉତ୍ତେଜନା ମୂଳକ ପିରସ୍ଥିତି ଦେଖାଦେଇଛି। ଏହା ମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ସେଠାରେ ୧୪୪ ଧାରା ଜାରି କରିବା ସହିତ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି।
ଦରଜୀ କହ୍ନେୟାଙ୍କ ହତ୍ୟାକୁ ବିରୋଧ କରି ଉଦୟପୁରର ସ୍ଥାନୀୟ ବାସିନ୍ଦାମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ମୃତକ ଦରଜୀ କହ୍ନେୟାଲାଲ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ସମର୍ଥନ କରି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିବାରୁ ଏପରି ହତ୍ୟାକାଣ୍ଡ କରାଯାଇଛି ବୋଲି କୁହାଯାଉଛି।