Pratidin TV

Odisha's Digital News Platform

ଶିକ୍ଷକତା ରୁ ରାଜନୀତି ମଇଦାନ ; ପିଲାଙ୍କୁ ନୁହେଁ ଏବେ ଜନ ସାଧାରଣଙ୍କୁ ପଢାଇବେ ରାଜନୀତି ସାର୍ ।

1 min read

ମୟୁରଭଞ୍ଜ ; ଶିକ୍ଷକତା ରୁ ରାଜନୀତି ମଇଦାନ । ଦିନେ ପିଲାମାନଙ୍କୁ ପାଠ ପଢାଇ ମାର୍ଗଦର୍ଶନ ଦେଉଥିଲେ ଆଉ ଏବେ ରାଜନୀତିରେ ପାଦ ଥାପି ଲୋକଙ୍କ ସେବା କରିବାକୁ ଆଗ୍ରହ ଦେଖାଇଛନ୍ତି ସ୍କୁଲ ସାର୍ । ଶିକ୍ଷକତା ରୁ ରାଜନୀତିକୁ ଆସିଥିବା ମୁକ୍ତିକାନ୍ତଙ୍କ ପାଇଁ ବଢ଼ିବାରେ ଲାଗିଛି ଜନ ସମର୍ଥନ ।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳାର ଶିକ୍ଷକ ମୁକ୍ତିକାନ୍ତ ନାଏକ । ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଉଦଳା ନିର୍ବାଚନମଣ୍ଡଳୀରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଲଢେ଼ଇ କରିବାକୁ ସେ ପୁରା ତୟାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ମଇଦାନ କୁ ଆସିଥିବା ମୁକ୍ତିକାନ୍ତ କୌଣସି ନିର୍ଦ୍ଦିଷ୍ଟ ଦଳରେ ଏବେ ସୁଦ୍ଧା ମିଶି ନାହାନ୍ତି । ହେଲେ ସେ ବିଜେପି ପାଇଁ ଅଧିକ ଆଗ୍ରହୀ ବୋଲି କହିଛନ୍ତି । ନିର୍ବାଚନ ପାଇଁ ଯେତେ ବାତାବରଣ ଉଷ୍ଣ ହେଉଛି ମୁକ୍ତିକାନ୍ତଙ୍କ ଲୋକପ୍ରିୟତା ସେତେ ବଢ଼ିବାରେ ଲାଗୁଛି ।

Advertisement

ଏହା ସହିତ ଜଣେ ଶିକ୍ଷିତ ଯୁବକ ତାହା ପୁଣି ଶିକ୍ଷକ ରାଜନୀତି କୁ ଆସୁଥିବାରୁ ଏହାକୁ ନେଇ ଲୋକେ ବି ବେଶ ଉତ୍ସାହରେ ଅଛନ୍ତି । କାରଣ ଜଣେ ଶିକ୍ଷକ ଯେପରି ପିଲାଙ୍କ ଭବିଷ୍ୟତ ଉଜ୍ୱଳ କରିପାରେ ଠିକ୍ ସେହିପରି ରାଜ୍ୟ ଦେଶକୁ ମଧ୍ୟ ଉଜ୍ୱଳ କରିପାରିବ ।

ତେବେ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳରେ ଏବେ ଟିକେଟ ପାଇଁ ଆଶାୟୀ ମାନଙ୍କର ଲମ୍ବା ଲାଇନ ଥିବା ବେଳେ ବିଜେପି ଦଳର ଅନ୍ୟ ଆଶାୟୀଙ୍କ ପାଇଁ କଣ୍ଟା ସାଜିବେ ମୁକ୍ତିକାନ୍ତ । କାରଣ ମୁକ୍ତିକାନ୍ତଙ୍କ ଜନ ଆଦୃତ୍ତି ତାଙ୍କ ଟିକେଟ ଦାବିଦାରକୁ ଅଧିକ ଦୃଢ଼ୀଭୂତ କରୁଥିବା ବେଳେ ସେ ହୋଇପାରନ୍ତି ବିଜେପି ଟିକେଟର ଗେମ ଚେଞ୍ଜର ।

Leave a Reply

Your email address will not be published. Required fields are marked *