ପରିବହନ ବିଭାଗର ଖାମଖିଆଲି ; ବାଇକ ଖୁଂଟାରେ ଚାଲାଣ କଟୁଛି ବାରିପଦାରେ
1 min readଉଦଳା : ପୁଣି ସାମ୍ନାକୁ ଆସିଛି ପରିବହନ ବିଭାଗର ଅବହେଳା । ଗାଡି ନମ୍ବର ରେଜିଷ୍ଟ୍ରେସନ୍ ହୋଇଛି ଏକ ବାଇକରେ । ହେଲେ ଉକ୍ତ ଗାଡି ନମ୍ବରରେ ଚାଲାଣ କଟିଛି ଗୋଟିଏ ସ୍କୁଟିର । ଆଉ ଉକ୍ତ ଗାଡିର ପ୍ରକୃତ ମାଲିକ ପାଖକୁ ଆସିଛି ଚାଲାଣ କଟିବାର ମେସେଜ୍ । ଏଭଳି ଘଟଣା ଘଟିଛି ଖୁଂଟା ଅଂଚଳରେ ।
ଖୁଂଟା ଅଂଚଳରେ ରହୁଥିବା ତରୁଣ କୁମାର ମିଶ୍ରଙ୍କ ମୋବାଇଲକୁ ମେସେଜ୍ ଆସିଲା ଯେ ତାଙ୍କ ଓ.ଡି. ୧୧ ସି ୬୮୧୦ ନମ୍ବର ବିଶିଷ୍ଟ ଗାଡିର ୭ ହଜାର ଟଙ୍କାର ଚାଲାଣ ଗତ ମାର୍ଚ୍ଚ ୨୨ ତାରିଖରେ କଟିଛି । ଏବଂ ଉକ୍ତ ମାମଲା ବାରିପଦା ଏସଡିଜେଏମ କୋର୍ଟରେ ରହିଛି । ହେଲେ ଗାଡିର ମାଲିକ ତରୁଣ ଉକ୍ତ ଦିନ ଖୁଂଟା ଅଂଚଳରେ ରହିଥିବା ବେଳେ ଗାଡିର ଚାଲାଣ ତଥ୍ୟ ଖୋଲି ଦେଖିବାରୁ ଉକ୍ତ ଚାଲାଣ ତଥ୍ୟରେ ଏକ ସ୍କୁଟିରେ ତିନି ଜଣ ବସିଥିବାର ଫଟୋ ରହିଛି । ଯାହାକି ତାଙ୍କର ଗାଡି ନୁହେଁ । ଏବଂ ସବୁଠାରୁ ବଡ କଥା ତାଙ୍କର ଗାଡି ହୋଣ୍ଡା କମ୍ପାନୀର ଡ୍ରିମ୍ ବାଇକ୍ ଅଟେ ।
ସେ ଉକ୍ତ ଦିନ ଖୁଂଟାରେ ରହିଥିବା ବେଳେ ପରିବହନ ବିଭାଗ ଅବହେଳା କରି ଏକ ସ୍କୁଟିରେ ତାଙ୍କ ନମ୍ବର ଦେଖାଇ ଚାଲାଣ କାଟିଛି । ଯାହାକୁ ସେ ବିରୋଧ କରିଛନ୍ତି । ତେବେ ପରିବହନ ବିଭାଗର ଏପରି ଅବହେଳା ବାରମ୍ବାର ସାମ୍ନାକୁ ଆସୁଥିବାରୁ ଏହା ପରିବହନ ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇଛି ।