Pratidin TV

Odisha's Digital News Platform

କନେଷ୍ଟବଳ ଚାକିରୀ କରି ପାଇଥିଲେ ଅପମାନ ,ସଂଘର୍ଷ କରି ହୋଇଗଲେ ଆଇଏସ୍ ଅଫିସର ..

1 min read

ଜୀବନରେ ସମସ୍ତଙ୍କୁ ଅନେକ ମାନ-ଅପମାନ ଦେଇ ଅତିକ୍ରମ କରିବାକୁ ପଡିଥାଏ । ହେଲେ ଏହି ମାନ-ଅପମାନରୁ ଯଦି କେହି କୌଣସି ଶିକ୍ଷା ପାଏ, ତେବେ ସେ ହିଁ ଜୀବନରେ ଆଗକୁ ବଢିପାରିବ ଆଉ ଉନ୍ନତି ବି କରିପାରିବ । ଏମିତି ଏକ ପ୍ରେରଣାଦାୟୀ ଘଟଣା ଘଟିଯାଇଛି ଆନ୍ଧ୍ରପ୍ରଦେଶର ପ୍ରକାଶନ ଜିଲ୍ଲା ପୂର୍ବତନ ପୋଲିସ କନେଷ୍ଟବଳ ଉଦୟକ୍ରିଷ୍ଣା ରେଡ୍ଡୀଙ୍କର ଠାରେ । ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୩ର ଫଳ ପ୍ରକାଶ ପାଇଛି ।

ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ନିଜର ଚତୁର୍ଥ ପ୍ରୟାସରେ ୟୁପିଏସସିରେ ୭୮୦ତମ ସ୍ଥାନରେ ରହିଥିବା ଆନ୍ଧ୍ର ପ୍ରଦେଶର ଉଦୟ କୃଷ୍ଣା ରେଡ୍ଡି ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ବଖାଣିଛନ୍ତି । ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ସିଙ୍ଗରାୟକୋଣ୍ଡା ମଣ୍ଡଳର ଉଲ୍ଲାପଲେମ ଗ୍ରାମରେ ବସବାସ କରନ୍ତି ଉଦୟ କୃଷ୍ଣା । ଉଦୟ ଖୁବ ଅଳ୍ପ ବୟସରୁ ନିଜର ବାପା ଓ ମା’ଙ୍କୁ ହରାଇ ଦେଇଥିଲେ । ଏହାପରେ ସେ ଜେଜେମା’ଙ୍କ ପାଖରେ ରହି ବଡ଼ ହୋଇଛନ୍ତି । ଉଦୟ ପାଠପଢ଼ା ଶେଷ ହେବାପରେ ୨୦୧୩ରେ କନଷ୍ଟେବଳ ଭାବେ ଚାକିରି କରିଥିଲେ । ୨୦୧୩ରୁ ୨୦୧୮ ପାଞ୍ଚବର୍ଷ ଏହି ଚାକିରି କରିବା ପରେ ତାଙ୍କୁ ଏକଦା ସର୍କଲ ଇନ୍ସପେକ୍ଟର ୬୦ଜଣ ସାଥୀ ପୁଲିସ କର୍ମଚାରୀଙ୍କ ସାମ୍ନାକୁ ଅପମାନିତ କରିଥିଲେ । ଏହି ଅପମାନକୁ ସହି ନପାରି ଉଦୟ ଚାକିରି ଛାଡ଼ି ଜଣେ ଅଧିକାରୀ ହୋଇ ଦେଖାଇବେ ବୋଲି ସ୍ଥିର କରିଥିଲେ ।

Advertisement

ଏହାପରେ ଉଦୟ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦେଇଥିଲେ । ଏହା ମଧ୍ୟରେ ତାଙ୍କୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ୟୁପିଏସସି ପରୀକ୍ଷାରେ ୩ଥର ଅସଫଳ ହେବାପରେ ବି ସେ ନିଜ ଉପରୁ ବିଶ୍ୱାସ ହଟାଇ ନଥିଲେ । ଶେଷରେ ଉଦୟ ଚତୁର୍ଥ ପ୍ରୟାସରେ ୭୮୦ସ୍ଥାନରେ ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତାର ଶ୍ରେୟ ନିଜ ଜେଜେମାଆଙ୍କୁ ଦେଇଛନ୍ତି ଉଦୟ । ଜେଜେମାଙ୍କ ଅତୁଟ ବିଶ୍ୱାସ ଓ ଭରସା ତାଙ୍କୁ ହିଁ ତାଙ୍କୁ ଏତେବଡ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ଉଦୟ । ତେବେ ଉଦୟଙ୍କ ସଫଳତା ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା ଅଟେ ।

Leave a Reply

Your email address will not be published. Required fields are marked *