Pratidin TV

Odisha's Digital News Platform

ଉଦୟନିଧି ଷ୍ଟାଲିନ ହେଲେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ!

1 min read

ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ଉପମୁଖ୍ୟମନ୍ତ୍ରୀ ହେଲା ମୁଖ୍ୟମନ୍ତ୍ରୀଙ୍କ ପୁଅ।  ତାମିଲନାଡୁ ସରକାରର ମନ୍ତ୍ରୀମଣ୍ଡଳରେ ହୋଇଛି  ବଡ଼ ଧରଣର ପରିବର୍ତ୍ତନ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି ।

ସେହିପରି ପୂର୍ବତନ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପୁଣିଥରେ କ୍ୟାବିନେଟରେ ସାମିଲ ହୋଇଛନ୍ତି । ଦୁଇ ଦିନ ପୂର୍ବେ ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଥିଲେ। ଆଜି ଅପରାହ୍ଣରେ ଚେନ୍ନାଇ ରାଜଭବନରେ ଉଦୟନିଧି ଷ୍ଟାଲିନ ଶପଥ ନେବେ। ଉଦୟାନିଧି ଷ୍ଟାଲିନ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ତାଙ୍କୁ ବର୍ତ୍ତମାନର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ପୋର୍ଟଫୋଲିଓ ବ୍ୟତୀତ ଯୋଜନା ଏବଂ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହା ସହ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଛି।

Advertisement

ଅନ୍ୟପଟେ ଜାମିନରେ ଫେରିଥିବା ସେନ୍ଥିଲ ବାଲାଜୀଙ୍କୁ କେଉଁ ବିଭାଗ ଦିଆଯିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ବାଲାଜୀଙ୍କ ବ୍ୟତୀତ ଡକ୍ଟର ଗୋବି ଚେଝିୟାନ, ଆର ରାଜେନ୍ଦ୍ରନ ଏବଂ ଏସଏମ ନାସର ମଧ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି। ସେନ୍ଥିଲ ବାଲାଜୀ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଶାସନ କାଳରେ AIADMK ର କ୍ୟାସ୍‌ ଫର୍‌ ଜବ୍‌ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ଗତ ୧୫ ମାସ ଧରି ସେ ଜେଲ୍‌ରେ ଥିଲେ।

Leave a Reply

Your email address will not be published. Required fields are marked *