Pratidin TV

Odisha's Digital News Platform

ଉଦୟନିଧି ଷ୍ଟାଲିନ ହେବେ ତାମିଲନାଡୁ ର ଉପମୁଖ୍ୟମନ୍ତ୍ରୀ !

1 min read

ତାମିଲନାଡୁ ରାଜନୀତିରୁ ସାମ୍ନାକୁ ଆସିଛି  ବଡ ଖବର । ଉଦୟନିଧି ଷ୍ଟାଲିନ ହୋଇପାରନ୍ତି  ଉପମୁଖ୍ୟମନ୍ତ୍ରୀ । ଏହି ଘୋଷଣା ବୁଧବାର ଯେ କୌଣସି ସମୟରେ ହୋଇପାରେ। ଏହାକୁ ନେଇ ଏକ ସରାକାରୀ ଘୋଷଣା ଜାରି କରାଯାଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ରାଜ୍ୟର କ୍ରୀଡ଼ା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଅଟନ୍ତି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

ଚଳିତ ମାସ ଆମେରିକା ଗସ୍ତରେ ଯିବା ପୂର୍ବରୁ ଏମ.କେ ଷ୍ଟାଲିନ ଉଦୟନିଧି ଷ୍ଟାଲିନଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ପାଇଁ ଇଙ୍ଗିତ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ତାମିଲନାଡୁର ମନ୍ତ୍ରୀ ରାଜକନପନ ମଧ୍ୟ ଉଦୟନିଧି ଷ୍ଟାଲିନଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ଇଙ୍ଗିତ କରିଥିଲେ। ତେବେ ରାଜକନପନ ତୁରନ୍ତ ତାଙ୍କ ଭୁଲକୁ ସଂଶୋଧନ କରି କହିଥିଲେ ଯେ ସେ ଅଗଷ୍ଟ ୧୯ ପରେ ହିଁ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବ ସମ୍ବୋଧନ କରାଯାଇପାରେ।

ନିକଟରେ ଅନୁଷ୍ଠିତ ସଂସଦ ନିର୍ବାଚନରେ ​​ଦ୍ରାବିଡା ମୁନ୍ନେତ୍ର କଡ଼ଗମ (ଡିଏମକେ)ଙ୍କ ବିଜୟର ଶ୍ରେୟ ଉଦୟନିଧିଙ୍କୁ ଦିଆଯାଇଥିଲା। ଦଳକୁ ଏକ ବଡ଼ ବିଜୟ ଦେବାରେ ତାଙ୍କର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଥିଲା । ସୂତ୍ରରୁ ପ୍ରକାଶ ଯେ ଦଳ ଉଦୟାନିଧିଙ୍କ ଭାବମୂର୍ତ୍ତିର ଲାଭ ଉଠାଇବା ପାଇଁ ଏବଂ 2026 ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ତାଙ୍କୁ ଡେପୁଟି ସିଏମ୍ କରି ଏକ ବଡ଼ ବିଜୟ ହାସଲ କରିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *