Pratidin TV

Odisha's Digital News Platform

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଆଉ ରହିବେ: ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ କଡା ଜବାବ

1 min read

ନୂଆଦିଲ୍ଲୀ: ବହୁତ ସମୟ ଦେଲୁ ଆଉ ନୁହେଁ । ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ରହିବେ, ଫ୍ଲୋର ଟେଷ୍ଟରେ ଆମେ ହିଁ ବିଜୟୀ ହେବୁ । ବିଦ୍ରୋହୀ ବିଧାୟକ ବହୁତ ଭୁଲ ନିଷ୍ପତ୍ତି ନେଇଛନ୍ତି । ଆମ ପାଖରେ ବହୁମତ ଅଛି, ଆମେ ହିଁ ବିଜୟୀ ହେବୁ । ଆମେ ଯାହା କରିବା କଥା କରି ସାରିଛୁ । ପୂର୍ବରୁ ଶରଦ ପାୱାର ବିଧାନସଭାର ବାଚସ୍ପତି ରହି ସାରିଛନ୍ତି, ତେଣୁ ଆଇନର ଲଢେଇରେ ଆମର ବିଜୟ ସୁନିଶ୍ଚିତ । କିଛି ଏଭଳି ଦମ୍ଭୋକ୍ତି ଦେଇ କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଆଉ ଏହାପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ ହୋଇଛି ।

ଏହାପୂର୍ବରୁ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏକନାଥ କହିଥିଲେ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେନି ଉଦ୍ଧବ, କାରଣ ସରକାର ଏବେ ଅଳ୍ପମତରେ ରହିଛି । ଏବେ ମୋ ସହ ୩୭ ଶିବସେନା ବିଧାୟକଙ୍କୁ ମିଶାଇ ୫୦ ବିଧାୟକଙ୍କ ସମର୍ଥନ ରହିଛି । ଆଉ ଲୋକତନ୍ତ୍ରରେ ସଂଖ୍ୟାବଳ ସବୁଠୁ ଜରୁରୀ । ଆମକୁ ଏବେ ଡରାଇବାକୁ ପ୍ରୟାସ ଚାଲିଛି । କିନ୍ତୁ ଆମେ ଡରିବାର ପ୍ରଶ୍ନ ଉଠୁନାହିଁ କାରଣ ଆଇନ ଆମ ସପକ୍ଷରେ ଅଛି । ଶିବସେନା ଯେତେ ନୋଟିସ ପଠାଇଲେ ମଧ୍ୟ ଆମେ ଡରିବୁନି ।

Advertisement

ଏସବୁ ଭିତରେ ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ । ୩୭ ଜଣ ଶିବସେନା ବିଧାୟକଙ୍କ ଦସ୍ତଖତ ଥିବା ଚିଠିକୁ ରାଜ୍ୟପାଳ ଭଗତ ସିଂ କୋସିୱାରି ଓ ଲେଜିସଲେଟିଭ୍ କାଉନସିଲ ସଚିବ ରାଜେନ୍ଦ୍ର ଭଗୱତଙ୍କ ମଧ୍ୟ ଲେଖିଛନ୍ତି । ଚିଠିରେ ସିନ୍ଦେ ଦାବି କରିଛନ୍ତି ଯେ, ତାଙ୍କୁ ପୁଣି ଥରେ ଶିବସେନା ବିଧାୟକ ଦଳ ନେତା ଭାବେ ଅବସ୍ଥାପିତ କରାଯାଉ । ଏହାସହ ଭରତସେଟ ଗୋଗାୱଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ଚିହ୍ନଟ କରାଯାଉ । 

Leave a Reply

Your email address will not be published. Required fields are marked *