Pratidin TV

Odisha's Digital News Platform

UGC-NET ଓ CSIR-NET ପରୀକ୍ଷା, ଘୋଷଣା କଲା NTA

1 min read

ପେପର ଲିକ ବାଦ ଭିତରେ ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୧ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ। ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ NTA ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା | ଏଥର ପୁଣି NTA ପକ୍ଷରୁ ପୁଣି ଥରେ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ଏଠିରେଇ ୩ଟି ପରୀକ୍ଷା ହେବ ବୋଲି ଘୋଷଣା ହେବ ବୋଲି କୁହାଯାଇଛି |

ତେବେ ଏନସିଇଟି ପରୀକ୍ଷା ଜୁଲାଇ ୧୦ରେ ତାରିଖରେ କରାଯିବ। ଜଏଣ୍ଟ CSIR ୟୁଜିସି ନେଟ ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ କରାଯିବ। ସେହିପରି ୟୁଜିସି ନେଟ ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *