Pratidin TV

Odisha's Digital News Platform

UGC- NET ପରୀକ୍ଷା ରଦ୍ଦ, ସିବିଆଇ କରିବ ତଦନ୍ତ

1 min read

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ଏନଟିଏ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନିମିତତା ଅଭିଯୋଗ ହୋଇଥିଲା। ପରୀକ୍ଷାର ୨୪ ଘଣ୍ଟା ନପୂରୁଣୁ ଏହାକୁ ବୁଧବାର ବାତିଲ କରାଯାଇଛି। NTA ଏହି ପରୀକ୍ଷାକୁ ୨ଟି ସିଫ୍ଟରେ ଓଏମଆର ମାଧ୍ୟମରେ ଆୟୋଜିତ କରିଥିଲା | କିନ୍ତୁ ଏହି ପରୀକ୍ଷା ରଦ୍ଦ କରିଦିଆଯାଇଛି |

ମଙ୍ଗଳବାର ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୧ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାର ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହେବାରୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପରୀକ୍ଷାକୁ ରଦ୍ଦ କରି ଦେଇଛି। ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଦେହର ୩୧୭ଟି ସହରର ୧୨0୫ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ | ଯାହା NTA ରଦ୍ଦ କରିଦେଇଛି |

ଶିକ୍ଷା ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କହିଛି ଯେ UGC- NETର ଜୁନ ପରୀକ୍ଷର ମଙ୍ଗଳବାର ଶେଷ ହୋଇଥିଲା। ୨ଟି ପର୍ଯ୍ୟାୟରେ ସମଗ୍ର ଦେଶରେ ଓଏମଆର ମୋଡରେ ପରୀକ୍ଷା ହୋଇଥିଲା। ତେବେ ପରୀକ୍ଷାକୁ ନେଇ ଜୁନ ୧୯ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାଶନାଲ ସାଇବର କ୍ରାଇମ ଥ୍ରେଟ ଆନାଲିଟିକ ୟୁନିଟ ଅଫ ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସର ସେଣ୍ଟର ପକ୍ଷରୁ କିଛି ତଥ୍ୟ ମିଳିଥିଲା। ପ୍ରାଥମିକ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଛି। ତେଣୁ ପରୀକ୍ଷାକୁ ରଦ୍ଦ କରାଯାଉଛି।

ଆଗାମୀ ଦିନରେ ପୁଣିଥରେ ପରୀକ୍ଷା କରାଯିବ ବୋଲି ଏନଟିଏ କହିଛି। ଏହାସହିତ କଥିତ ଅନିୟମିତତାର ସବିଶେଷ ତଦନ୍ତ କରିବାକୁ ସିବିଆଇକୁ ସୁପାରିସ କରାଯାଇଛି। ପରୀକ୍ଷା ଅନିୟମିତତାରେ ଜଡିତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି।

Leave a Reply

Your email address will not be published. Required fields are marked *