Pratidin TV

Odisha's Digital News Platform

ୟୁଜିସି ନେଟ ୨୦୨୪ ପାଇଁ ଆରମ୍ଭ ହେଲା ଆବେଦନ , ଜାଣନ୍ତୁ କିପରି କରିବେ ଫର୍ମ ପୂରଣ ….

1 min read

ୟୁଜିସି ନେଟ ପାଇଁ ଆରମ୍ଭ ହେଲା ଆବେଦନ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବାକୁ ଇଚ୍ଛୁକ ସେମାନେ ଅଫିସିଆଲ ୱେବସାଇଟ୍ https://ugcnet.nta.ac.in/ କୁ ଯାଇ ନିଜର ରେଜିଷ୍ଟ୍ରେସନ କରିବେ ଓ ଫର୍ମ ପୂରଣ କରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ ରବିବାର ଠାରୁ ଆରମ୍ଭ ହୋଇଛି । ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଏଥିନିମନ୍ତେ ଆବେଦନ କରାଯାଇ ପାରିବ । ଜୁନ୍ ୧୬ ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନେଟ୍‌ରେ ଉର୍ତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ (ଜେଆର୍ଏଫ୍‌) ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଏହାସହ ପ୍ରଥମଥର ପାଇଁ ନେଟ୍ ପରୀକ୍ଷା ମାଧ୍ୟମରେ ପିଏଚ୍‌ଡି ପଢ଼଼ିବାକୁ ମଧ୍ୟ ଛାତ୍ରଛାତ୍ରୀମାନେ ଯୋଗ୍ୟତା ଅର୍ଜନ କରିବେ । ସମୁଦାୟ ୮୩ ଟି ବିଷୟରେ ପିଏଚ୍‌ଡି କରିବା ନିମନ୍ତେ ଏହି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ ।ପୂର୍ବରୁ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯାଉଥିବାବେଳେ ଚଳିତ ଥର ଏହା ଅଫ୍‌ଲାଇନ୍ ବା କାଗଜ କଲମରେ ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି । ୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍‌ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍‌ଡି କରିପାରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି ।

ଜୁନିୟର ରିସର୍ଚ୍ଚ ଫେଲୋଶିପ୍ (ଜେଆର୍ଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍ ରଖିଥିବା ଆବଶ୍ୟକ । ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍‌ଇଟି ଦେବା ପାଇଁ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ସହ ମାଷ୍ଟର ଡିଗ୍ରୀ ଆବଶ୍ୟକ ହେଉଥିଲା । ଚଳିତ ବର୍ଷ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ନ ହୋଇ ଅଫ୍‌ଲାଇନ ମୋଡ୍‌ରେ ହେବ । ଜୁନ୍ ୧୬ରେ ସମସ୍ତ ବିଷୟରେ ପରୀକ୍ଷା କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *