Pratidin TV

Odisha's Digital News Platform

ବଦଳିଲା ନିୟମ , ସୋମବାର ଛୁଟି ରବିବାର ଖୋଲା ରହିବ ସ୍କୁଲ ..

1 min read

ବଦଳିଲା ନିୟମ , ଏବେ ସୋମବାର ଛୁଟି ରବିବାର ଖୋଲା । ଏପରି ନିୟମ ପ୍ରଣୟନ କରିଛନ୍ତି ସରକାର ? ଭାବୁଥିବେ ଦେଶର ସବୁ ସରକାରୀ ସ୍କୁଲ ତ ରବିବାର ବନ୍ଦ ରୁହେ, ସୋମବାର ଛୁଟି ନଥିଲେ ଖୋଲା ରହେ । କାହିଁକି ବଦଳିଲା , ରବିବାର ଖୋଲା ରହିବ ସୋମବାର ବନ୍ଦ ରହିବ ସ୍କୁଲ ।  ହେଲେ କାହିଁକି ହଠାତ ଏମିତି ନିୟମ ବଦଳିଲା ତାହା ଜାଣିବା ପରେ ଆପଣ ହୋଇଯିବେ ବି ଆଶ୍ଚର୍ଯ୍ୟ ।ବାରାଣାସୀ ଏପରି ନିୟମ କରିଛନ୍ତି ପ୍ରଶାସନ  । ଏଥର ଶ୍ରାବଣ ମାସରେ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିରରେ ଦର୍ଶନ ଓ ପୂଜା ପାଇଁ ୯୦ ଲକ୍ଷରୁ ଏକ କୋଟି ଭକ୍ତ ଆସିବା ନେଇ ଅନୁମାନ କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଏସ୍‌ ରାଜଲିଙ୍ଗମ୍‌ ସହରାଞ୍ଚଳର ଶିବାଳୟ ତଥା କାଁଓ୍ବଡ଼ିଆ ମାର୍ଗସ୍ଥିତ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରାବଣର ପ୍ରତ୍ୟେକ ସୋମବାର ବନ୍ଦ ରହିବ ସ୍କୁଲ। ଏହା ପରିବର୍ତ୍ତେ ରବିବାର ହେବ ପାଠପଢା। ବାରାଣାସୀ ସହରାଞ୍ଚଳ ଏବଂ କାଁଓ୍ବଡ଼ିଆ ମାର୍ଗରେ ପଡ଼ୁଥିବା ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇଛି। କେତେକ ଘରୋଇ ବିଦ୍ୟାଳୟ ଅଛି, ଯାହା ଉଭୟ ରବିବାର ଏବଂ ସୋମବାର ବନ୍ଦ ରହିବ। ଶ୍ରାବଣ ମାସରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *