Pratidin TV

Odisha's Digital News Platform

ବିସ୍କୁଟ ଖାଇ ଚାଲିଗଲା ମହିଳାଙ୍କ ଜୀବନ…

1 min read

ସକାଳେ ଚାହା ସହିତ କିଛି ବିସ୍କୁଟ୍ । ବାସ୍ ଆଉ କିଛି ଦରକାର ହୋଇନଥାଏ । ଚାହା ବିସ୍କୁଟ୍ ରୁ ହିିଁ ଆରମ୍ଭ ହୋଇଥାଏ ଦିନ । ହେଲେ ସେହି ବିସ୍କୁଟ ଆଉ ଚାହା ପାଇଁ ଜଣକର ଜୀବନ ଚାଲିଯାଇଛି । ଗୋଟାଏ ବିସ୍କୁଟ ହିଁ ମହିଳାଙ୍କ ଜୀବନ ନେଇଯାଇଛି । ଯାହାକ ଶୁଣିବା ପରେ ଆପଣବି ଚକିତ ହୋଇଯିବେ ।

ନ୍ୟୁୟର୍କର ଜଣେ ମହିଳା ବିସ୍କୁଟ୍ ଖାଇ କୋମାକୁ ଚାଲି ଯାଇଥିଲେ । ତାଙ୍କର ସମ୍ପୁର୍ଣ୍ଣ ଶରୀର କାମ କରିବା ବନ୍ଦ କରିଦେଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ହୋଇଥିବା ସେହି ମହିଳାଙ୍କର ବୟସ ମାତ୍ର ୨୫ ବର୍ଷ । ସେହି ମହିଳାଙ୍କର ନାମ ହେଉଛି ଓର୍ଲା ବକ୍ସିନଡେଲ । ଓର୍ଲା ହେଉଛନ୍ତି ବ୍ରିଟେନର ମୁଳ ବାସୀନ୍ଦା । ସେ ନ୍ୟୁୟର୍କରେ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରୁଥିଲେ ।

Advertisement

ଓର୍ଲାଙ୍କୁ ଚାହା ସହିତ ବିସ୍କୁଟ ବହୁତ ପସନ୍ଦ ଥିଲା । ସେ ସବୁବେଳେ ଚାହା ଆଉ ବିସ୍କୁଟ ଖାଉଥିଲେ । ହେଲେ ସେ ବିସ୍କୁଟ ଖାଇ ତାଙ୍କର ଦେହ ଖରାପ ହୋଇଥିଲା । ପରେ ସେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ମାତ୍ର କିିଛି ଦିନ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ତାଙ୍କର ମୃତ୍ୟୁର କାରଣ ସାମ୍ନାକୁ ଆସିଥିଲା । ତାଙ୍କର ମୃତ୍ୟ ର ମୁଖ୍ୟ କାରଣ ଥିଲା ବିସ୍କୁଟ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଯେଉଁ ବିସ୍କୁଟ ଖାଇଥିଲେ ସେଥିରେ ବାଦାମ ପଡିଥିଲା । ହେଲେ ଓର୍ଲାଙ୍କୁ ବାଦାମରେ ଆଲାର୍ଜୀ ଥିବାରୁ ତାଙ୍କ ଦେହ ଖରାପ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ ଏହି ବିସ୍କୁଟ୍ ତାଙ୍କ ଦେହରେ ଗଭୀର ରିଆକ୍ସନ କରିଥିଲା ଆଉ ସିଏ କୋମାକୁ ଚାଲି ଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *