Pratidin TV

Odisha's Digital News Platform

ଗୀତା ଛୁଇଁ ଶପଥ ନେଲେ ବ୍ରିଟେନ୍‌ ସାଂସଦ ..

ଇତିହାସ ରଚିଲେ ଭାରତୀୟ ଶିବାନୀ ରାଜା ଲିସେଷ୍ଟର ।   ବ୍ରିଟେନ ସଂସଦରେ ଗୀତା ଛୁଇଁ ସାଂସଦ ଭାବେ ଶପଥ ନେଲେ ।29 ବର୍ଷିୟ ଶିବାନୀ ହେଉଛନ୍ତି ଜଣେ ବିଜନେସ ଲେଡି । ସେ ଗୁଜୁରାଟର ମୂଳ ବାସିନ୍ଦା । ବ୍ରିଟେନ ସାଧାରଣ ନିର୍ବାଚନରେ ସେ କଞ୍ଜରଭେଟିଭ୍‌ ପାର୍ଟିରୁ ଲିସେଷ୍ଟର ଇଷ୍ଟ ଆସନରୁ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଥିବା ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ରାଜେଶ ଅଗ୍ରଓ୍ବାଲଙ୍କୁ ସେ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ ଲେବର ପାର୍ଟି ରାଜେଶ ଅଗ୍ରଓ୍ବାଲଙ୍କ ବିପକ୍ଷରେ ଲଢିଥିଲେ କଞ୍ଜରଭେଟିଭ୍‌ ପାର୍ଟିର ଶିବାନୀ । ମାତ୍ର 14,526 ଭୋଟରେ ରାଜେଶଙ୍କୁ ପରାସ୍ତ କରି ଏହି ଆସନରେ ବିଜୟୀ ହୋଇଥିଲେ ଭାରତୀୟ ବଂଶୋଦ୍ଭବ ଶିବାନୀ ।

ବିଜୟୀ ହେବାପରେ ଗୀତା ଛୁଇଁ ବ୍ରିଟେନ ସଂସଦରେ ଶପଥ ନେଇଛନ୍ତି ।  ଗୀତା ଛୁଇଁ ଶପଥ ନେବା ପରେ ସେ  ଟ୍ବିଟ କରି ଲେଖିଛନ୍ତି ‘ଗୀତା ଛୁଇଁ ଶପଥ ନେଇଥିବାରୁ ମୁଁ ଗର୍ବିତ’: ”ଲିସେଷ୍ଟର ଇଷ୍ଟର ସାଂସଦ ଭାବେ ଶପଥ ଗ୍ରହଣ କରିବା ମୋ ପାଇଁ ଏକ ଗର୍ବର ବିଷୟ । ମୁଁ ଗୀତା ଛୁଇଁ ଶପଥ ନେଇଥିବାରୁ ଧନ୍ୟମନେ କରୁଛି ।” ଶିବାନୀ ସଂସଦରେ ଗୀତା ଧରି ଏମ୍‌ପି ଭାବେ ଶପଥ ନେବା ପରେ ଚର୍ଚ୍ଚାକୁ ଆସିଛନ୍ତି । ବ୍ରିଟେନ ସଂସଦରେ 263 ମହିଳା ସାଂସଦ: ବ୍ରିଟେନ ସଂସଦରେ ଶିବାନୀଙ୍କୁ ମିଶାଇ ମୋଟ 263 ମହିଳା ସାଂସଦ ରହିଛନ୍ତି । ସେହିପରି ବିଜୟୀ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ 6 ଜଣ କଞ୍ଜରଭେଟିଭ୍‌ ପାର୍ଟିର ରହିଥିବାବେଳେ 19 ଜଣ ଲେବର ପାର୍ଟି ଓ ଜଣେ ମାତ୍ର ଲିବରାଲ ଡେମୋକ୍ରାଟ୍ସ ଦଳର ରହିଛନ୍ତି । ଚଳିତ ଥର 107 ଜଣ ଭାରତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ଗତ ନିର୍ବାଚନରେ 15 ଜଣ ଭାରତୀୟ ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସର୍ବାଧିକ ସଂଖ୍ୟକ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *