Pratidin TV

Odisha's Digital News Platform

(ଭିଡିଓ) ଇଂଲଣ୍ଡରେ ବ୍ୟାନ୍ ହେଲା କୁକୁର,ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ

1 min read

ବ୍ରିଟେନ: ବିଦେଶରେ ଆତଙ୍କ ଖେଳାଇଛି ଆମେରିକୀୟ ବୁଲି ଡଗ୍ସ । ଖାସକରି ଛୋଟ ଛୁଆଙ୍କ ଜୀବନ ପାଇଁ ଏହି ଜାତିରକୁକର ଭୟଙ୍କର ପ୍ରମାଣିତ ହୋଇଛି । ତେଣୁ ଏହି ପ୍ରଜାତିର କୁକୁରକୁ ବ୍ରିଟେନରେ ପ୍ରତିବନ୍ଧକ ଲଗାଯାଇଛି । ଏବଂ ଏନେଇ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜେ ବ୍ୟାନ କରିଛନ୍ତି । କୁକୁର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖୋଦ ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଅଧିକାଂଶ ଆକ୍ରମଣ ଆମେରିକୀୟ ବୁଲି ଡଗ୍ସଙ୍କ ଦ୍ୱାରା ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଚଳିତ ସପ୍ତାହରେ ଷ୍ଟେଫର୍ଡଶାୟରରେ ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିଲା । ଯାହାଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ପୂର୍ବରୁ ଏହି କୁକୁର ୧୧ ବର୍ଷର ଏକ ଶିଶୁ ଆକ୍ରମଣ କରିଥିଲା । ଏଭଳି ମାମଲା ସାମ୍ନାକୁ ଆସିବା ଦେଶବାସୀଙ୍କ ହିତ ପାଇଁ ସେଠାକାର ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ନିୟମକୁ ଯିଏ ନମାନିବ ତାଙ୍କୁ ତଣ୍ଡ ଗଣିବାକୁ ପଡିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏହି କୁକୁର ପାଇଁ ସ୍ୱତନ୍ତ୍ର ଆଇନ୍ ବର୍ଷର ଶେଷ ସୁଦ୍ଧା ଆସିବ । ବର୍ତ୍ତମାନ ସ୍ଥିତିରେ ଏପରି ଆକ୍ରମଣ ସମାଧାନକୁ ଦୃଷ୍ଟିରେ ରଖି ଏହି କୁକୁରକୁ ବ୍ୟାନ୍ କରିଛନ୍ତି ଋଷି ସୁନକ୍ ।

Advertisement

Leave a Reply

Your email address will not be published. Required fields are marked *