Pratidin TV

Odisha's Digital News Platform

ବ୍ରିଟେନବାସୀଙ୍କ ମନ ଜିଣିଲେ ସୁନକ : ଷ୍ଟେସନରେ କାଗଜ ତିଆରି ‘ଅଫିମ ଫୁଲ’ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ : ମୋଦିଙ୍କୁ ପଛରେ ପକାଇଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନରେ ଚାଲିଛି ଭାରତୀୟ ବଂଶୋଦ୍ଭବଙ୍କ ରାଜ୍ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ମୁଣ୍ଡରେ ବର୍ତ୍ତମାନ ବ୍ରିଟେନର ଭାର । ବର୍ତ୍ତମାନ ବ୍ରିଟେନ ନିଜର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯାହାର ସ୍ଥିତି ସୁଧାରିବାପାଇଁ ସୁନକ ପ୍ରତିଜ୍ଞା ନେଇଛନ୍ତି । ତେବେ ନିକଟରେ ବ୍ରିଟେନରୁ ସୁନକଙ୍କ ଏକ ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ସୁନକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସୁଚନା ଅନୁଯାୟୀ ଗତକାଲି ଅର୍ଥାତ୍ ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ ଷ୍ଟେସନରେ ଯାତ୍ରୀଙ୍କ ଭିଡ ଲାଗିଥିଲା । ଯିଏ ଯା କାମ ପାଇଁ ଗନ୍ତବ୍ୟସ୍ଥଳରେ ପହଁଚିବାକୁ ତରତର। ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷନ କରୁଥିଲେ ଜନେ ବ୍ୟକ୍ତି । ଯିଏକି ନିଜ ହାତରେ ଏକ ଟ୍ରେ ଧରି କାଗଜରେ ତିଆରି କିଛି ଜିନିଷ ବିକ୍ରି କରୁଥିଲେ। ପରେ ଜଣାପଡିଲା ସେ ଆଉ କେହି ନୁହଁନ୍ତି, ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରୁଷି ସୁନକ।

ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଚକିତ ହୋଇପଡିଥିଲେ ଅନେକ ଯାତ୍ରୀ।
ରୟାଲ ବ୍ରିଟିଶ ଲିଜନ ପକ୍ଷରୁ ପ୍ରତିବର୍ଷ ଲଣ୍ଡନ ପପି ଡେ’ ଅପିଲ କାର‌୍ୟ୍ୟକ୍ରମ କରାଯାଉଛି। ଯେଉଁଥିରେ ବ୍ରିଟିଶ ସେନା, ବାୟୁସେନା ଓ ନୌସେନାର ଭଲ୍ୟୁଣ୍ଟର ଘର ଘର ବୁଲି ଅର୍ଥ ଯୋଗାଡ କରନ୍ତି। ଏଥର ସେମାନଙ୍କ ସହ ସାମିଲ ହୋଇଥିଲେ ନିଜେ ପ୍ରଧାନମନ୍ତ୍ରୀ ରୁଷି ସୁନକ। କାଗଜ ତିଆରି ଅଫିମ ଫୁଲ ଗୋଟାଏକୁ ୫ ପାଉଣ୍ଡରେ ବିକ୍ରି କରିଥିଲେ ସୁନକ।

Leave a Reply

Your email address will not be published. Required fields are marked *