Pratidin TV

Odisha's Digital News Platform

ବ୍ରିଟେନକୁ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ , ଦେଲେ ଏଭଳି କିଛି ପ୍ରତିଶୃତି ..

ନୂଆଦିଲ୍ଲୀ : ଚଳିତବର୍ଷ ଦୀପାବଳି ଭାରତୀୟମାନଙ୍କ ପାଇଁ ଏକ ଗର୍ବ ଗୌରବର ଦିନ ପାଲଟିଛି ।ଏହିଦିନ ଜଣେ ଭାରତୀୟ ମୁଳବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କଞ୍ଜରଭେଟିଭ ପାର୍ଟି ନେତା ତଥା ଭାରତୀୟ ବଂଶୋଭବ ୪୨ ବର୍ଷିୟ ଋଷି ସୁନକ ହୋଇଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ।ଏହି ଅବଶରରେ ତାଙ୍କ ନିକଟକୁ ଛୁଟି ଆସିଛି ଅନେକ ଶୁବେଚ୍ଛାର ସୁଅ ।ସେ ବ୍ରିଟେନର ସର୍ବକନିଷ୍ଠ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ବ୍ରିଟେନ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି।

ଏହାକୁ ସୁଧାରିବା ପାଇଁ ସୁନକ ପ୍ରୟାସ କରିବେ। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ସୁନକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ସେ କରିଥିବା ଯୋଜନା ସମ୍ପର୍କରେ ବି ସମ୍ୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ଆମ ଦେଶ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରୁଛି। ୟୁକ୍ରେନରେ ପୁଟିନ(ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ) କରୁଥିବା ଯୁଦ୍ଧ ପୂରା ବିଶ୍ୱ ମାର୍କେଟକୁ ଦୋହଲାଇ ଦେଇଛି। ଲିଜ ଟ୍ରସ(ପୂର୍ବତନ ପ୍ରଧାନମନ୍ତ୍ରୀ) ଅର୍ଥନୀତି ପାଇଁ ଭୁଲ କାମ କରୁ ନଥିଲେ। ଅର୍ଥନୀତିକୁ ସଜାଡ଼ିବାକୁ ସେ ଚେଷ୍ଟା କରିଥିଲେ।
ମୁଁ ତାଙ୍କ କାମକୁ ପ୍ରଶଂସା କରୁଛି। କିନ୍ତୁ କିଛି ତ୍ରୁଟି ରହିଥିଲା। ସେ ମନ୍ଦ ଉଦ୍ଦେଶ୍ୟରେ ଏମିତି କରି ନଥିଲେ। ଏହା କେବଳ ଏକ ତ୍ରୁଟି ଥିଲା। ମୋତେ ସେହି ସବୁ ତ୍ରୁଟିକୁ ସୁଧାରିବାକୁ ନିଯୁକ୍ତ କରାଯାଇଛି। ମୁଁ ଆମ ଦେଶକୁ କଥାରେ ନୁହେଁ, କାମରେ ଏକାଠି କରିବି।

ତୁରନ୍ତ ଦେଶ ଭୋଗୁଥିବା ଅର୍ଥନୀତିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ। ଆମେ କେବେ ହେଲେ ଆମର ପରବର୍ତ୍ତୀ ପିଢ଼ିଙ୍କ ପାଇଁ ଋଣବୋଝ ରଖି ପାରିବୁ ନାହିଁ। ଆମେ ଯାହା ଋଣ କରିଛୁ, ତା’କୁ କାହିଁକି ଆମ ପରବର୍ତ୍ତୀ ପିଢ଼ି ଭରଣ କରିବେ?

ଜଣେ ଭାରତୀୟ ହୋଇ ସେ ବର୍ତ୍ତମାନ ବ୍ରିଟେନର ସମସ୍ତ ଭାର ଗ୍ରହଣ କରିବେ । ଏବଂ ବ୍ରିଟେନର ଅର୍ଥନୀତିକୁ ସୁଧାରିବାକୁ ସତପ୍ରଚେଷ୍ଟା କରିବେ । ଯାହା ଭାରତ ପାଇଁ ବଡ ଗର୍ବର କଥା । ଦୀର୍ଘ ୨୦୦ ବର୍ଷ ତଳେ ଏହି ବ୍ରିଟେନର ଗୋରା ସରକାରମାନେ ଆମକୁ ଶାସନ କରିଥିଲେ । କିନ୍ତୁ ବତ୍ତ୍ରମାନ ଭାରତପୁତ୍ର ହିଁ ତାର ସମସ୍ତ କାର୍ଯ୍ୟଭାର ସମ୍ଭାଳିବା ସହ ବ୍ରିଟେନ ଉପରେ ରାଜ୍ କରିବ ।

Leave a Reply

Your email address will not be published. Required fields are marked *