Pratidin TV

Odisha's Digital News Platform

ମାତୃ ଗର୍ଭଧାରଣର ମାତ୍ର ୪ମାସରେ ହିଁ ଜନ୍ମ ନେଲା ଶିଶୁକନ୍ୟା…


ଦୁନିଆରେ ପ୍ରତିଦିନ ୩,୮୫,୦୦୦ ପିଲା ଜନ୍ମ ହୁଅନ୍ତି । ଏମାନଙ୍କ ମଧ୍ୟରୁ କେତେକ ସୁସ୍ଥ, କେତେକ ଦୁର୍ବଳ ପିଲା ଜନ୍ମ ନିଅନ୍ତି । ସାଧାରଣତଃ ସନ୍‌ତାନ ମାନେ ମାତୃ ଗର୍ଭରେ ୯ ମାସ ରହି ପରେ ଜନ୍ମ ନେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବୁ ଯିଏକି ଖୁବକମ ଦିନରେ ଜନ୍ମ ନେଇଛି । ତେବେ ବ୍ରିଟେନର ୱେଲ୍ସରେ ଏକ ଶିଶୁ କନ୍ୟା ଜନ୍ମ ହୋଇଛି, ଯାହାର ଓଜନ ମାତ୍ର ୩୨୮ ଗ୍ରାମ । ଏହି ଝିିଅଟି ମାତୃଗର୍ଭରେ ଥିବା ନିର୍ଦ୍ଧାରିତ ସମୟର ପାଞ୍ଚ ମାସ ପୂର୍ବରୁ ଜନ୍ମ ହୋଇଥିଲା । ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ । କନ୍ୟା ସ୍ତାନକୁ ଜନ୍ମ ଦେଇଥିବା ମା’ ଗର୍ଭାବସ୍ଥାରେ ଥିବା ବେଳେ ଅସହ୍ୟ ଯନ୍ତ୍ରଣା ସହି ନପାରି ସେ ଡାକ୍ତରଖାନାକୁ ଯାଇଥିଲେ । ଆଉ ସେଠାର ତୁରନ୍ତ ସେ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ତେବେ ଜନ୍ମ ନେଇଥିବା ଝିଅଟିର ନାମ ରବିନ୍ ଚାମ୍ବରସ୍ ହୋଇଥିବାବେଳେ ତାଙ୍କ ମାଙ୍କ ନାମ ଚାଣ୍ଟେଲ୍ ଚାମ୍ବରସ୍ ଏବଂ ପିତାଙ୍କ ନାମ ଡାନିଏଲ୍ ଚାମ୍ବରସ୍ । ଗ୍ରେଞ୍ଜ ହସ୍ପିଟାଲରେ ଜନ୍ମିତ ରବିନ୍‌ଙ୍କୁ ଆନିଉରିନ୍ ବେଭାନ୍ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ବୋର୍ଡ ଦ୍ୱାରା ୱେଲ୍ସରେ ଜନ୍ମିତ ଛୋଟ ଶିଶୁର ଆଖ୍ୟା ଦିଆଯାଇଛି । ଏହାର ଓଜନ ୩୨୮ ଗ୍ରାମ । ସେ ଏତେ ଛୋଟ ଯେ ସେ ନିଜ ମାଆର ପାପୁଲିରେ ଫିଟ୍ ଥିବା ପରି ମନେହୁଏ ।


ରିପୋର୍ଟ ଅନୁଯାୟୀ, ଡାନିଏଲ୍ କହିଛନ୍ତି ତାଙ୍କ ଝିଅ ରବିନ ୱେଲ୍ସରେ ଜନ୍ମିତ ସବୁଠାରୁ ସାନ ସନ୍ତାନ ହୋଇଥିଲେ । ରବିନ୍ ମାତ୍ର ୨୩ ସପ୍ତାହରେ ଜନ୍ମ ହୋଇଥିଲେ । ତାଙ୍କ ମା’ ଗର୍ଭଧାରଣର ୨୨ ସପ୍ତାହ ପରେ ସେ ଯନ୍ତ୍ରଣା ପାଇଥିଲେ । ଆଉ ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ରବିନ୍ ବଞ୍ଚି ପାରିବ ନାହିଁ ବୋଲି । କିନ୍ତୁ ତାହା ହୋଇ ନଥିଲା । ଯେତେବେଳେ ରବିନ୍ ଜନ୍ମ ହୋଇଥିଲେ, ତାଙ୍କୁ ତୁରନ୍ତ ଏକ ଭେଣ୍ଟିଲେଟରରେ ରଖିବାକୁ ପଡିଲା । ଏପରିକି ତାଙ୍କୁ ଚିକିତ୍ସା ସମୟରେ ତାର ଶିରା ଖୋଜିବା ପାଇଁ ଡାକ୍ତରଙ୍କୁ ବହୁତ ସମୟ ଲାଗେ ।ଧୀରେ ଧୀରେ ତାଙ୍କ ଓଜନ ବୃଦ୍ଧିପାଇଁ ବର୍ତ୍ତମାନ ରବିନ୍ ତିନି ମାସର ଏବଂ ଓଜନ ୧ କିଲୋଗ୍ରାମ ହୋଇଛି । ତେବେ ଜୁଲାଇରେ ଜନ୍ମ ହେବା ଦିନଠାରୁ ରବିନ ଘରକୁ ନଯାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *