Pratidin TV

Odisha's Digital News Platform

ଡାକ୍ତର ମୃତ ଘୋଷଣା କଲେ, କିନ୍ତୁ ୪୦ ମିନିଟ୍‌ ପରେ ଫେରିଲା ଜୀବନ…

1 min read

ବ୍ରିଟେନ୍‌: ଜନ୍ମ ମୃତ୍ୟୁ ଚିରନ୍ତନ ସତ୍ୟ । ଥରେ ପିଣ୍ଡରୁ ପ୍ରାଣ ଗଲେ ଛାଡିଗଲେ ଆଉ ଯେତେ ଚେଷ୍ଟା କଲେ ମଧ୍ୟ ଫେରେନା । ଆଉ ମୃତ୍ୟୁ ପରେ ମଣିଷ ଆଉ ଥରେ ଜୀବନ ଫେରି ପାଇବା କଥା ଅସମ୍ଭବ ବୋଲି କୁହାଯାଏ । କିନ୍ତୁ ମରିବା ପରେ ବି ଜୀବନ ଫେରିବା ଖବର ଆମ ନଜରକୁ ଆସିଛି । ହଁ ଆଜ୍ଞା ବ୍ରିଟେନରୁ ମଧ୍ୟ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ରିଟିଶ ମହିଳା ତାଙ୍କ ମୃତ୍ୟୁର ୪୦ମିନିଟ ପରେ ପୁଣି ଥରେ ଜୀବନ୍ତ ହୋଇ ତାଙ୍କ ମୃତ୍ୟୁ ପରର ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଉତ୍ତର ୟର୍କଶାୟାରର ସ୍କାର୍ବୋରୋ ନିବାସୀ କିର୍ଷ୍ଟି ବୋର୍ଟଫ୍ଟ ନାମକ ଜଣେ ବ୍ରିଟିଶ ମହିଳା ମୃତ୍ୟୁର ୪୦ ମିନିଟ ପରେ ଜୀବନ୍ତ ହୋଇଥିଲେ । ଆଉ ମୃତ୍ୟୁର ସେହି ୪୦ମିନିଟ ତାଙ୍କ ପାଇଁ କିପରି ଥିଲା ଜୀବନ୍ତ ହେବା ପରେ ତାହାର ଅନୁଭୂତି ବାଣ୍ଟିଛନ୍ତି । କିର୍ଷ୍ଟି ଦାବି କରିଛନ୍ତି ଯେ ସେ ୪୦ ମିନିଟ୍ ମଧ୍ୟରେ ଅନେକ ଜିନିଷ ଦେଖିଥିଲେ । ଯଦିଓ ସେ ସବୁକିଛି ମନେ ରଖି ନାହାନ୍ତି ହେଲେ ସେ କେବଳ କିଛି କଥା ମନେ ରଖିଛନ୍ତି । ମୃତ୍ୟୁ ପରେ ତାଙ୍କ ଚର୍ମରେ କିଛି ଅଦ୍ଭୁତ ଘଟଣା ଘଟୁଥିଲା, ଏପରିକି ପରିବାର ସଦସ୍ୟ କିର୍ଷ୍ଟିଙ୍କୁ ଅସୁବିଧାରେ ପକାଉଥିଲେ । ବ୍ରିଟିଶ ମହିଳା ଦାବି କରିଛନ୍ତି ଯେ, ମୃତ୍ୟୁ ପରେ ମୋର ଆତ୍ମା ପରିବାର ସଦସ୍ୟଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲା । ମହିଳା ଜଣକ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ମୋର ଆତ୍ମା ତାଙ୍କ (ବନ୍ଧୁଙ୍କ) ଆଗ କୋଠରୀରେ ଅଛି ଏବଂ ମୁଁ ତାଙ୍କୁ ତାଙ୍କ ପିଲା ଏବଂ ପିତାଙ୍କ ପାଇଁ ଏକ ତାଲିକା ଲେଖିବାକୁ କହୁଥିଲି । ଏସବୁ ବହୁତ ଅଦ୍ଭୁତ ଥିଲା । ଖବର ଅନୁଯାୟୀ କିର୍ଷ୍ଟିଙ୍କର ହୃଦଘାତ ହୋଇଥିଲା । ତା’ପରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ପରେ ସେ ମୃତ୍ୟୁକୁ ପରାସ୍ତ କରି ବଞ୍ଚିଥିଲେ ।

Advertisement

କିର୍ଷ୍ଟ ଅନୁଭୂତି ବିଷୟରେ କହିଥିଲେ ଯେ, ମୁଁ କୋମାରେ ଥିବାବେଳେ ମୋ ଦେହ ଭାଙ୍ଗି ଯାଉଥିଲା । ମୋର ପ୍ରାଣ ମୋ ଦେହ ଛାଡି ଦେଇଥିଲା କିନ୍ତୁ ହଠାତ୍ ମୁଁ ଏକ ଝଟକା ଅନୁଭବ କଲି । ଏହି ସମୟରେ ମୋ ପରିବାର ସଦସ୍ୟମାନେ ମୋର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଯେତେବେଳେ ମୁଁ କୋମାରୁ ବାହାରକୁ ଆସିଲି, ସମସ୍ତଙ୍କ ମୁହଁରେ ପୁଣି ଥରେ ଖୁସି ଫେରି ଆସିଥିଲା ।

Leave a Reply

Your email address will not be published. Required fields are marked *