Pratidin TV

Odisha's Digital News Platform

ୟୁକ୍ରେନ-ରୁଷିଆ ଯୁଦ୍ଧ ; ଯୁଦ୍ଧ ବନ୍ଦ ଲାଗି ରାଷ୍ଟ୍ରପତି ପୁଟିନ ରଖିଲେ ସର୍ତ୍ତ

1 min read

ଯୁଦ୍ଧ ବନ୍ଦ କରିବା ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଖିଲେ ସର୍ତ୍ତ। ରୁଷିଆ ବୈଦେଶିକ ମନ୍ତ୍ରାଳୟରେ ଆୟୋଜିତ ବୈଠକରେ ଯୋଗଦେଇ ପୁଟିନ ରଖିଛନ୍ତି ସର୍ତ୍ତ | ଇଟାଲୀରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ ଏକ ବୈଠକ ଆୟୋଜନ କରିବାକୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ପୁଟିନ। ଏହି ପ୍ରସ୍ତାବିତ ବୈଠକ ଖୁବ ଶୀଘ୍ର ବସିବ ବୋଲି ସୂଚନା ମିଳିଛି।

ତେବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ପାଇଁ ସର୍ତ୍ତ ରଖି କହିଛନ୍ତି, ଯଦି ନାଟୋରେ ଯୋଗଦେବା ଲାଗି କରିଥିବା ଯୋଜନାକୁ ୟୁକ୍ରେନ ରଦ୍ଦ କରେ ତେବେ ରୁଷିଆ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବ। ଏହାସହ ୟୁକ୍ରେନର ଚାରିଟି ଅଧିକୃତ ଅଞ୍ଚଳରୁ ରୁଷିଆ ନିଜର ସୈନ୍ଯ ପ୍ରତ୍ଯାହାର କରିବ ବୋଲି କହିଛନ୍ତି ପୁଟିନ। ସେ ଆହୁରି କହିଛନ୍ତି, ଏହି ପ୍ରସ୍ତାବରେ ସମ୍ମତ ପ୍ରକାଶ କରେ ତେବେ ଅସ୍ତ୍ରବିରତି ପ୍ରସ୍ତାବ ସ୍ଥଗିତ ରଖିବା ବଦଳରେ ଚୂଡାନ୍ତ ଭାବେ ଏହାର ସମାଧନ ଲାଗି ରୁଷିଆ ପଦକ୍ଷେପ ନେବ। କାଳବିଳମ୍ବ ନ କରି କ୍ରେମଲିନ ଯୁଦ୍ଧର ସମାଧାନ ଲାଗି ବୁଝାମଣା ଦିଗରେ ଆଗ୍ରହୀ ହେବ।

Advertisement

Leave a Reply

Your email address will not be published. Required fields are marked *