Pratidin TV

Odisha's Digital News Platform

ମଝି ଆକଶରେ ବିମାନ ମଧ୍ୟରୁ କୁଆଡେ ନିଖୋଜ ହୋଇଗଲା ଦୁଇ ବର୍ଷର ଶିଶୁ…

1 min read

ଅହମ୍ମଦାବାଦ: ମଝି ଆକାଶରେ ବିମାନରୁ କୁଆଡେ ଉଭାନ ହୋଇଗଲା ଶିଶୁ । ଫ୍ରାନ୍ସ ଡଙ୍କି ଫ୍ଲାଇଟରେ ଗୁଜୁରାଟରେ ଜଣେ ଦୁଇ ବର୍ଷର ଶିଶୁ ଏକା ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଛି । ଶିଶୁଟିର କେହି ଅଭିଭାବକ ନଥିବା ନେଇ ସୂଚନା ରହିଛି। ତେବେ ଭାରତ ଫେରିଥିବା ତାଲିକାରେ ଶିଶୁଟିର ନାଁ ରହିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ତାର କୈାଣସି ପତ୍ତା ମିଳିନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଗୁଜୁରାଟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ତେବେ ପୋଲିସ ପ୍ରଥମେ ନିଖୋଜ ଶିଶୁଟିର ବାପା-ମା କିମ୍ବା ଅଭିଭାବକଙ୍କୁ ଖୋଜିବାକୁ ଚେଷ୍ଟା କରିଛି । ଏହାବ୍ୟତୀତ ମାନବ ଚାଲାଣ ଚୋରଚାଲାଣ କରାୀଙ୍କ ସହ ଲିଙ୍କ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି । କାରଣ ଗତ ୨୦୨୩ ଡିସେମ୍ବର ୨୧ ତାରିଖରେ ଫ୍ରାନ୍ସରେ ବେଟ୍ରି ଏୟାରପୋର୍ଟରେ ୩୦୩ ଜଣ ଯାତ୍ରୀଙ୍କୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଯେଉଁଥିରେ ୯୬ ଜଣ ଯାତ୍ରୀ ଗୁଜୁରାଟର ଥିଲେ। ପରେ ସମସ୍ତ ଯାତ୍ରୀ ଭାରତ ଫେରିଥିଲେ । ହେଲେ ଏଠାରେ ନିଖୋଜ ଶିଶୁର ନାମ ତାଲିକାରେ ଥାଇ ସୁଦ୍ଧା ତାର କିଛି ପତ୍ତା ମିଳୁନଥିବା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଆମେରିକା-କାନାଡା ବର୍ଡରରେ ଅନେକ ଶିଶୁଙ୍କୁ ବେସାହାରା ଭାବେ ଛାଡି ଦିଆଯାଉଥିବାରୁ ଏହି ଶିଶୁଟି ରହିଯାଇଥିବା ସନ୍ଦେହ କରାଯାଉଛି । ଗୁଜରାଟର ଜଣେ ପୋଲିସ ସିଆଇଡି ଅଧିକାରୀ କହିଛନ୍ତି “ଉତ୍ତର ଗୁଜରାଟରେ ଅନେକ ପରିବାର ନିଜ ଘର ଛାଡିଥିବାରୁ ଆମେ ଶିଶୁ ଏବଂ ତାଙ୍କ ପିତାମାତା କିମ୍ବା ଅଭିଭାବକଙ୍କୁ ଖୋଜିବା ପାଇଁ ଚେଷ୍ଟା କରିଛୁ ବୋଲି ।

Advertisement

Leave a Reply

Your email address will not be published. Required fields are marked *