Pratidin TV

Odisha's Digital News Platform

ଗାଁରେ ଅବିଶ୍ୱସନୀୟ ଘଟଣା , ପୋଲିସ ପାଉନି ଟେର୍ ; ଆସନ୍ତା ସଂକ୍ରାନ୍ତି ସୁଦ୍ଧା ପ୍ରମାଣ ମିଳିବ ବୋଲି କହିଲେ ଗ୍ରାମବାସୀ ….

ଖୋର୍ଦ୍ଧା ; ଖୋର୍ଦ୍ଧା ବ୍ଲକ କାଇପଦର ପଞ୍ଚାୟତ ଅନ୍ତର୍ଗତ ଦଧିମାଛଗାଡ଼ିଆ ୧୯୯୬ ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ବିଗ୍ରହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଏବେ ସେହି ଗ୍ରାମରେ ଗୁଣି ଗାରେଡି କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଏବେ କିଛି ଦିନ ହେବ ଗାଁ ର କିଛି ଝିଅ ଓ ପୁଅ ଏବଂ ଛୁଆ ପିଲା ମାନଙ୍କ ଦେହ ରେ ଅସ୍ବାଭାବିକ ଭାବେ କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଯାହାକୁ ନେଇ ଗାଁ ରେ ଗୁଣି ଗାରେଡି ଭାବି କିଏ ଠାକୁର ଙ୍କ ପାଖକୁ ଯାଉଛନ୍ତି ତ ଆଉ କିଏ କେଉଁ ଠାକୁର ଠାକୁରାଣୀ ଙ୍କ ଶରଣାପରଣ ହେଉଛନ୍ତି।

ପିଲାମାନେ ଭୟରେ ସ୍କୁଲକୁ ଶତ ପ୍ରତିଶତ ଯାଉନାହାନ୍ତି। ଏହି ଘଟଣା ଘଟିବା ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମରେ ପହଁଛି ଲୋକ ଙ୍କୁ ବୁଝା ସୁଝା କରିବା ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ହେଲେ ଲୋକ ଙ୍କ ମନରୁ ଭୟ ଦୂର ହୋଇନାହିଁ। ସେପଟେ ଗ୍ରାମର କିଛି ଲୋକ କହିଛନ୍ତି। ଯେଉଁ ପିଲାଙ୍କ ଦେହ ରେ ଏଭଳି ଅସ୍ବାଭାବିକ ଘଟଣା ଘଟୁଛି ସେ କହୁଛି ଆସନ୍ତା ସଂକ୍ରାନ୍ତି ସୁଦ୍ଧା ଗ୍ରାମରୁ ଗୋଟିଏ ମୁଣ୍ଡ ନେବି। ତେଣୁ ବିଜ୍ଞାନ ଯୁଗରେ ଆମେ ଭୁତ ପ୍ରେତ କୁ ବିଶ୍ୱାସ କରି ନ ଥିଲେ ମଧ୍ୟ ଗ୍ରାମର ବର୍ତ୍ତମାନର ପରିସ୍ଥିତି ବାଧ୍ୟ କରିଛି ଲୋକଙ୍କୁ ଏହି ଘଟଣା ଉପରେ ବିଶ୍ୱାସ କରିବାକୁ।

ତେବେ ଯଦି ସଂକ୍ରାନ୍ତି ସୁଦ୍ଧା କିଛି ଅଘଟଣ ଗ୍ରାମରେ ଘଟେ ତେବେ ଲୋକ ଙ୍କ ବିଶ୍ୱାସ ଗୁଣି ଗାରେଡି ଉପରେ ରହିବ। ଯଦି ଏଭଳି କିଛି ନ ହୁଏ ତେବେ ଏହି ଘଟଣା ଯେ ଏକ ପ୍ରକାର ଭିତ୍ତି ହୀନ ତାହା ପ୍ରମାଣିତ ହୋଇଯିବ। ଏହାରି ଭିତରେ ସମସ୍ତେ ସଂକ୍ରାନ୍ତି କୁ ଅନେଇ ରହିଥିବା ବେଳେ ଗ୍ରାମର ଅନେକ ପରିବାର ସେମାନଙ୍କ ପିଲାଙ୍କୁ ନିଜ ବନ୍ଧୁ ଘରେ ଛାଡିଛନ୍ତି।

Leave a Reply

Your email address will not be published. Required fields are marked *