Pratidin TV

Odisha's Digital News Platform

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ଅନିଶ୍ଚିତତା ଦୂର ହୋଇଛି, ହାଇକୋର୍ଟ କଲେ ଶୁଣାଣି

1 min read

ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି | ଦୀର୍ଘ ଦିନ ଧରି ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଗତକାଲି ମଙ୍ଗଳବାର ଦିନ ରାୟ ପ୍ରକାଶ ପାଇବା ପରଶିକ୍ଷାକ ନିଯୁକ୍ତି ପାଇଁ ବାଟ ଫିଟିଛି | ଜୁନ ୧୮ ତାରିଖ ଦିନ ହାଇକୋର୍ଟ ଏହି ମାମଲା ରାୟ ପ୍ରକାଶ କରି ଓସେପାର ମେରିଟ ଲିଷ୍ଟକୁ ଜାରି ରଖିଛନ୍ତି | ଏହାସହ ମେରିଟ ଲିଷ୍ଟ ଆଧାରରେ ଶିକ୍ଷକ ନିଯୁକ୍ତି କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛି |

ପୂର୍ବରୁ ଜାନକିଆ ଖଣ୍ଡପୀଠ ରାୟକୁ ସଂଶୋଧନ କରି ଓସେପାର ମେରିଟ ଲିଷ୍ଟକୁ ଜାରି ରଖିଛନ୍ତି ଡିଭିଜନ ବେଞ୍ଚ | ମେରିଟ ଲିଷ୍ଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ପୂର୍ବରୁ ଜଣିକିଆ ଖଣ୍ଡ ପୀଠ ଓସେପା ପକ୍ଷରୁ ପ୍ରକାଶିତ ଡ୍ରାଫ୍ଟ ମେଧା ତାଲିକା ରଦ୍ଦ କରିବା ସହ ଜିଲ୍ଲା ରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ତେବେ ଜଣିକିଆ ଖଣ୍ଡ ପୀଠକୁ ରାୟ କୁ ଚ୍ୟାଲେଞ୍ଜ କରି ଏକାଧିକ ରୀ- ପିଟିସନ ଦାଏର କରିଥିଲେ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଆଶାୟୀ |

ଏହାସହ ସରକାରଙ୍କ ପକ୍ଷରୁ ମଧ୍ୟ ୨ ଜଣ ଖଣ୍ଡ ପୀଠରେ ଶୁଣାଣି କରିବାକୁ ହାଇକୋର୍ଟରେ ଅପିଲ କରିଥିଲେ | ହାଇକୋର୍ଟ ଏହି ମାମଲାକୁ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ | ତେବେ ରାୟ ପ୍ରକାଶ ପାଇବା ପରେ ମେଢବ ତାଲିକାରେ ସ୍ଥାନ ପାଇଥିବା ଆଶାୟୀ ଖୁଶିବ୍ୟକ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *