Pratidin TV

Odisha's Digital News Platform

ଏମିତି ବି ଆସେ ମୃତ୍ୟୁ; ଭଣଜା ବାହାଘରେ ନାଚୁ ନାଚୁ ଚାଲିଗଲା ମାମୁଁ ର ଜୀବନ..

1 min read

କିଏ ଜାଣିଥିଲା ମୃତ୍ୟ ଏମିତି ଆସିବ ବୋଲି । ଭଣଜା ବାହାଘରରେ ମାମୁଁ ର ପାଦ ତଳେ ଲାଗୁନଥିଲା ଖୁସିରେ ଫାଟି ପଡୁଥିଲା । ହେଲେ ନିମିଷକେ ମଧ୍ୟରେ ସବୁ ଖୁସି ପାଣିରେ ମିଳେଇଗଲା । ଏଠାରେ ବରଯାତ୍ରୀରେ ନାଚୁଥିବା ବରର ମାମୁଁ ମାତ୍ର କିଛି ସେକେଣ୍ଡରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ବିବାହର ସୁଖ ଶୋକରେ ପରିଣତ ହୋଇଥିଲା। ବ୍ୟକ୍ତିଙ୍କ ମୃତ୍ୟୁର ଭାଇରାଲ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ଝୁନଝୁନୁ ଜିଲ୍ଲାର ନବଲଗଡ଼ ଅଞ୍ଚଳରେ ଘଟିଛି। ମୃତକ ହେଲେ କମଳେଶ । ନିଜ ଭଣଜାର ବିବାହ ଉତ୍ସବରେ ଯୋଗ ଦେବାକୁ କମଳେଶ ପରିବାର ସହ ଲୋଛବା ଯାଇଥିଲେ। ସେଠାରେ ସେ କିଛି ରୀତିନୀତି ପାଳନ କରୁଥିବା ବେଳେ ମୁଣ୍ଡ ଉପରେ ହାଣ୍ଡି ରଖି ନାଚୁଥିଲେ।ଉକ୍ତ ସମୟରେ ହଠାତ୍‌ କମଳେଶ ଅଚେତ ହୋଇ ତଳେ ପଡ଼ିଗଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ କମଳେଶଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। କମଳେଶଙ୍କ ମୃତ୍ୟୁ ପରେ ପରିବାରରେ ହଠାତ୍‌ ଦୁଃଖର କଳା ବାଦଲ ଘୋଟି ଆସିଲା। ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ସେଠାରେ ହଠାତ୍‌ ନୀରବତା ଛାଇଗଲା। କମଳେଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ତାଙ୍କ ଭଣଜାଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *