Pratidin TV

Odisha's Digital News Platform

ଆଜି U-19 ବିଶ୍ୱକପ ଫାଇନାଲ ଟକ୍କର ; ସିନିୟରଙ୍କ ବଦ୍‌ଲା ନେବେ ଜୁନିୟର …

1 min read

ନୂଆଦିଲ୍ଲୀ ; ଆଜି ୧୯ ବର୍ଷରୁ କମ୍ କ୍ରିକେଟ୍ବିଶ୍ୱକପ ଫାଇନାଲ । ସିନିୟରଙ୍କ ହାର୍‌କୁ ଗୌରବରେ ପରିଣତ କରିବାକୁ ଲଢିବେ ଜୁନିୟର ଦଳ । ଅଷ୍ଟ୍ରେଲିଆ ମୁହଁରୁ ବାଜି ଛଡାଇବାକୁ ଚେଷ୍ଟା କରିବ ଭାରତ । ଆଜିର ମ୍ୟାଚ୍‌ ଜିତି ଭାରତ ଷଷ୍ଠ ଟାଇଟେଲ ଲକ୍ଷରେ ଟିମ ଇଣ୍ଡିଆ । ଭାରତ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ ହାତେଇବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ୬ ବର୍ଷ ପରେ ଫାଇନାଲ ଖେଳିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଚତୁର୍ଥ ଟାଇଟେଲ ଲକ୍ଷ୍ୟରେ ରହିବ ।
ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ପଲା ଭାରି ରହିଛି । ୨୦୧୨ ଏବଂ ୨୦୧୮ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ତେଣୁ ଭାରତ ଏଥର ପୁଣି ଅଷ୍ଟ୍ରେଲିଆକୁ ହରାଇ ଟାଇଟେଲ ହାସଲ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ପ୍ରେମୀ ।

Leave a Reply

Your email address will not be published. Required fields are marked *